ପିପିଲିରେ ପୁଣି ବିଜେଡିର ବାଜିମାତ୍‌ : ଅମାନତ ହରାଇଲା କଂଗ୍ରେସ

  • ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ
    ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିରେ ପୁଣି ବିଜେଡିର ବାଜିମାତ୍‌ । ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ମତଦାନ ସାଉଁଟି ବିଜୟ ଲାଭ କରିଛି । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୭୭୦ ଖଣ୍ଡ ଭୋଟ୍ ମିଳିଛି । ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କୁ ମାତ୍ର ୪୨୩୭ ଖଣ୍ଡ ଭୋଟ୍ ମିଳିଛି । ତେବେ ବିଜେଡି ବିପୁଳ ପରିମାଣରେ ମତଦାନ ସାଉଁଟି ନିର୍ବାଚନ ଜିତିଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
Leave A Reply

Your email address will not be published.

3 + ten =

error: Content is protected !!