jayashree

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ ପାଳନ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାକାର୍ତିକ ଶୁକ୍ଳପକ୍ଷ ଦେବ ଉତ୍ଥାପନ ଏକାଦଶୀ ତିଥିରେ ଭକ୍ତ ଦାସିଆ ସ୍ମୃତି କମିଟିି ଆନୁକୂଲ୍ୟରେ ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଭକ୍ତଙ୍କ ସମାଧି ପିଠରେ ବେଦ, ଗୀତା ଓ ଭାଗବତ ପାଠ ସହିତ ଅଖଣ୍ଡ ନାମ ସଂକୀର୍ତନ, ପ୍ରତ୍ୟେକ ଦେବାଦେବୀଙ୍କ ସ୍ୱତନ୍ତ୍ର ନୀତି, ନୂତନ ବସ୍ତ୍ର, ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସିଦ୍ଧ ଜାଉ ଶାଗ ବିତରଣ କରାଯାଇ ମଧ୍ୟାହ୍ନରେ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ୍‌ ଦ୍ୱାରା ପ୍ରସାଦ ସେବା କରାଯାଇଥିଲା । ବିଭିନ୍ନ ଅଂଚଳରୁ ନାମ ସଂକୀର୍ତ୍ତନ ନିମନ୍ତେ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ପୀଠରେ ଭିଡ଼ ଜମାଇଥିଲେ । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୂଳପତି ଡଃ ବିନାୟକ ରଥ ମୁଖ୍ୟ ଅତିଥି, ଡାକ୍ତର ଅଶୋକ କୁମାର ମହାପାତ୍ର ପ୍ରାକ୍ତନ ନିର୍ଦ୍ଦେଶକ ଏମସ୍‌, ଭୁବନେଶ୍ୱର ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଟିପିଏସ୍‌ ଇନ୍‌ଫାଷ୍ଟ୍ରକ୍ଟରର ଉପ ସଭାପତି ଶ୍ରୀନିଳାଦ୍ରୀ ଭୂଷଣ ମହାପାତ୍ର, ଯୁଗ୍ମ ରିଲିଫ୍‌ କମିଶନର ଶ୍ରୀମତୀ ଲିପିକା ଦାସ, କିଟ୍‌ +୨ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର ଏବଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର ଶାଖାର ପ୍ରାକ୍ତନ ମହାନିର୍ଦ୍ଦେଶକ ବିବେକାନନ୍ଦ ମହାପାତ୍ର ଭକ୍ତ ଓ ଭଗବାନର ସମ୍ପର୍କ ଯୁଗ ଯୁଗ ପାଇଁ ଅକ୍ଷୂର୍ଣ୍ଣ, ଶାଶ୍ୱତ ଓ ମାନବ ସମାଜର କଲ୍ୟାଣ ସାଧନାର ଅମୋଘ ଅସ୍ତ୍ର ଭାବେ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଭାପତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶାରଦ ଡଃ ପ୍ରତିଭା ମହାରଥୀ ଉକ୍ତ ସଭାରେ ସଭାପତିତ୍ୱ କରି ଭକ୍ତ ଦାସିଆଙ୍କ ବ୍ୟକ୍ତିତ୍ୱ ଜୀବନ, ସରଳ ଭକ୍ତି, ଦୃଢ଼ ଆତ୍ମବିଶ୍ୱାସ, ସମର୍ପଣ ଭାବରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରି ଆଧ୍ୟାତ୍ମିକ ଭଗତରେ ଜଣେ ସିଦ୍ଧ ପୁରୁଷ ଭାବେ ପ୍ରତିଷ୍ଠିତ ହେବା ବିଷୟକୁ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନ ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରି ଭକ୍ତଙ୍କ ପୀଠରେ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାରକୁ ନିବେଦନ କରିଥିଲେ । ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟର ୮ମ ସଂସ୍କରଣ ଲୋକାର୍ପିତ ହେବା ସହ ସମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଟମ ଦିଆଯାଇ ସମ୍ମାନିତ କରାଯାଇଛି । ଭକ୍ତ ଦାସିଆ ସେବା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉତ୍କଳ ସାହିତ୍ୟ ଓ କଳା ସଂସଦ ଦ୍ୱାରା ପ୍ରାୟୋଜିତ ଗିତିନାଟ୍ୟ ‘ଭକ୍ତ ଦାସିଆ’ ପ୍ରଦର୍ଶିତ ହୋଇଥିଲା । ଡଃ ପ୍ରସନ୍ନ କୁମାର ସାମନ୍ତଙ୍କ ନିର୍ଦ୍ଦେଶିତ ଗୀତି ନାଟ୍ୟଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଲୋକାଦୃତ ହୋଇଥିବାରୁ ଭକ୍ତ ଦାସିଆ ସେବା ସମ୍ମାନରେ ଡୁମୁଡୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଗୁଣ୍ଡିଚା ଯାତ୍ରା କମିଟିର ସଂପାଦକ ବେଣୁଧର ପାତ୍ର, ଉତ୍କଳ ସାହିତ୍ୟ ଓ କଳା ସଂସଦ ସଭାପତି କବିରାଜ ନାୟକ ଓ ନାଟ୍ୟକାର ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟ ଅର୍ଜ୍ଜୁନ ଚରଣ ସାମଲ, ପରିବେଶବିତ୍‌ ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ, ପ୍ରତାପ ଚନ୍ଦ୍ର ସିଂ, ମନୋରଞ୍ଜନ ମହାନ୍ତି, ମୌସମୀ ବିଜ୍ଞାନି, ସପନ କୁମାର ଦାସ, ଇଂ ପ୍ରମୋଗ କୁମାର ନନ୍ଦ, ଆଞ୍ଚଳିକ କମିଟି ସଦସ୍ୟ ଚିତ୍ତରଞ୍ଜନ ସେନାପତି, ଅକ୍ଷୟ କୁମାର ମହାନ୍ତି, ଅକ୍ଷୟ କୁମାର ବେହେରା, ଗୌରହରି ମହାନ୍ତି, ମନୋଜ ମିଶ୍ର, କୃଷ୍ଣଚନ୍ଦ୍ର ଲେଙ୍କା, କବିନ୍ଦ୍ର ବେହେରା, ଅର୍ଜ୍ଜୁନ ମାଝି, ପଂଚୁ ଜେନା, ଅକ୍ଷଣ ବେହେରା, ପ୍ରଫୁଲ ବିଶ୍ୱାଳ ଯୋଗଦାନ ଦେଇ କାର୍ଯ୍ୟକୁ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ-ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ୍‌, ପ୍ରହଲ୍ଲାଦ ମିଶ୍ର ଓ ପୁଷ୍ପଳକ ନୃସିଂହପାତ୍ର ଦେବ ନୀତିକାନ୍ତୀ, ପୁଷ୍ପସଜ୍ଜା ଓ ବସ୍ତ୍ର ଆଭୁଷଣ କାର୍ଯ୍ୟ ସଂପାଦନ କରିଥିଲେ ।

Leave A Reply

Your email address will not be published.