pakka

ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ରକ୍ଷାବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୁଷମା ବିଶ୍ୱାଳ ଗୁରୁମା ରକ୍ଷାବନ୍ଧନ ଓ ଗଙ୍ଗାଧରଙ୍କ ବିଷୟରେ ବୌଦ୍ଧିକ ଦେଇଥିଲେ । ଚିତ୍ରା ଖର୍ସେଲ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସହ – ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଶିଶୁ ମନ୍ଦିର ବିଭାଗରେ ସତ୍ୟ ନାରାୟଣ ସାହା ଗୁରୁଜୀ ଦୀପ ପ୍ରଜ୍ୱଳନ କରି ରକ୍ଷାବନ୍ଧନ ବିଷୟରେ ଥିବା ପୌରାଣିକ କଥାବସ୍ତୁ ଗୁଡିକ ବର୍ଣ୍ଣନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ଦାକିନୀ ତ୍ରିପାଠୀ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବୁଲୁ ସାହୁ ଗୁରୁଜୀ ରକ୍ଷାବନ୍ଧନ ଓ ସଂଜୀବ ସାହୁ ଗୁରୁଜୀ ଗଙ୍ଗାଧରଙ୍କ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଦୀନବନ୍ଧୁ ଦେହେରୀ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

twenty − ten =

error: Content is protected !!