pakka

ଆଦର୍ଶ ସମାଜ ଗଠନ ଗଙ୍ଗାଧର ସାହିତ୍ୟର ମୂଳପିଣ୍ଡ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟର ମୂଳପିଣ୍ଡ ଥିଲା ଏକ ଆଦର୍ଶ ସମାଜ ଗଠନ ତେଣୁ ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ନ ଥିଲା ସାହିତ୍ୟ ମାଧ୍ୟମରେ ସମାଜକୁ ସୁଧାରିବରେ କୌଣସି ହେଳା କରି ନାହାନ୍ତି । ଯେଉଁଠି ସାହିତ୍ୟ ତା’ର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ ସାହିତ୍ୟ ଓଡିଆ ଭାଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରହିଛି । ଏପରି ନିର୍ମଳ ଶୁଚିମନ୍ତ ସାହିତ୍ୟ ପ୍ରକୃତି ଓ ନରନାରୀଙ୍କ ଚରିତ୍ର ଚିତ୍ରଣ ଆଗକୁ ସୃଷ୍ଟି ହେବ କି ନା ସନ୍ଦେହ । ଏଭଳି ମତ ପ୍ରକାଶ ପାଇଛି ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ପକ୍ଷରୁ ଆୟୋଜିତ ମେହେର ଜୟନ୍ତୀ ସଭାରେ । ସଂସଦର ସଭାପତି ରବୀନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ନୂଆପଡା ମହା ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି, ବରଗଡ଼ ପଂଚାୟତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶେଷନ ବିଶି ମୁଖ୍ୟବକ୍ତା ଓ ଢେଙ୍କାନାଳ ମହାବିଦ୍ୟାଳୟର ଅଧ୍ୟାପକ ଆଲୋକ ରଞ୍ଜନ ଷଡ଼ଙ୍ଗୀ ସମ୍ମନୀତ ବକ୍ତା ନୂଆପଡା କଲେଜର ଅଧ୍ୟାପକ ଶିବ ପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ କୋଶଲଭଞ୍ଜ କବି ରସିକ ବେହେରାଙ୍କ ‘ସତୀତ୍ୱ ସପ୍ତାଭୂଷଣ ‘ କବିତା ସଂକଳନ କୃଷ୍ଣଚନ୍ଦ୍ର ସାହୁଙ୍କ ‘କାଠ ପେଁଡି’ କଥାନୀ ସଂକଳନ ଅତିଥି ଗଣଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କୋଶଳ କବିରତ୍ନ କୃଷ୍ଣଚନ୍ଦ୍ର ଭୋଇଙ୍କୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ନିକିତା ପଧାନ ଓ ଅମ୍ଲାନ ପାଠୀ ଗତ ମାଟ୍ରିକ ପରୀକ୍ଷାରେ ବ୍ଳକ୍‌ରେ ସର୍ବାଧିକ ନମ୍ବର ରଖିଥିବାରୁ ସେମାନଙ୍କୁ “ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଚିତ୍ରାଙ୍କନ, ମେହେରଙ୍କ ସଂଗୀତ ଗାନ ଓ ବକ୍ତୃତା ପ୍ରତିଯୋଗିରେ ଯଥାକ୍ରମେ ରଚନା ସରାଫ, ଆଦର୍ଶ ତରିଆ, ମନୀଷା ସିଂ ବରିହା, ସନତ କୁମାର ସାହୁ, ରୂପେଲି ବରିହା, ରୋଜି ବାଗ, ଉଷା ସୁନା, ପ୍ରତ୍ୟାଶା ସାହୁ, ସ୍ମାରକ ନନ୍ଦ, ସ୍ନେହମୟୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୋହନ ରଣା ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସଂପାଦକ ଋକ୍ମଣ ଦିଶ୍ରୀ ବୀବରଣୀ ପଠନ କରିଥିଲେ । ସୁଦର୍ଶନ ବାରିକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ଉଦ୍‌ଯାପନୀ ସଂଗୀତ ଗାନ କରିଥିବା ବେଳେ ନବୀନ କୁମାର ସାହୁ ସଭା ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଦଣ୍ଡସେନା ପ୍ରଶାନ୍ତ ହୋତା ସଦାଶିବ ଦୀପ ବୈରାଗୀ ସାହୁ ବୁଦ୍ଧଦେବ ପୁରୋହିତ କୃଷ୍ଣଚନ୍ଦ୍ର ସାହୁ ମନୋରଞ୍ଜନ ପଧାନ ଅମୂଲ୍ୟ ଯୋଷୀ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂପାଦକ ଅରକ୍ଷିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

seven − six =

error: Content is protected !!