om academy

ଯୌତୁକରେ ମୋଟର ସାଇକେଲ ମାଗିଲେ ଅର୍ଜୁନ : ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲି ଦେଲେ ଦେବକୀ

jsm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟର ସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା, ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା । ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ହେଲେ ପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ ବର ଦାବୀ କରିଥିଲେ କନ୍ୟା ପକ୍ଷଙ୍କ ନିକଟରେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳସୂତ୍ର ସହ ଶଙ୍ଖା, ଚୁଡି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଛି । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାଙ୍କ ସାହାସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟର ସାଇକେଲ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି । ଏନେଇ ଦୁଇ ପରିବାର ମଧ୍ୟରେ ଆପୋଷ ମିଳାମିଶା ହେଉଛି କି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି, ତାହା ପରେ ଜଣାପଡିବ ।

Leave A Reply

Your email address will not be published.

eight + five =