pakka

ବଲାଙ୍ଗିର ନୂତନ ବସ ଟର୍ମିନାଲ କାର୍ଯ୍ୟକାରୀ ହେବା ପରେ ହଇରାଣ ହେବା ସହ ଖର୍ଚ୍ଚାନ୍ତରେ ପଡୁଛନ୍ତି ଦେଓଗାଁ, ସଇଁତଳା, ଗୁଡଭେଲା ଅଞ୍ଚଳର ଯାତ୍ରୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତିକ୍ଷିତ ବଲାଙ୍ଗିର ନୂତନ ବସ ଟର୍ମିନାଲ ଆନୁ‌ଷ୍ଠାନିକ ଭାବେ ଗତ ମାସ ପୂର୍ବରୁ ଉଦ୍‌ଘାଟନ କରିଥିଲେ ମଧ୍ୟ ୨୪ ତାରିଖରୁ ସରକାରୀ ବସ ସେବା ଆରମ୍ଭ ହୋଇଛି । ହେଲେ ବିଭିନ୍ନ କାରଣରୁ ବେସରକାରୀ ବସ ସେବା ପବିତ୍ର ରଥଯାତ୍ରା ଦିନରୁ ଶୁଭାରମ୍ଭ କରି ଷ୍ଟେସନରୁ ଯାତ୍ରୀ ସେବା ଆରମ୍ଭ ହୋଇଛି । ଆଗାମୀ ଭବିଷ୍ୟତ ଟ୍ରାଫିକ ସମସ୍ୟା, ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ପ୍ରଚେଷ୍ଟାକୁ ସମସ୍ତେ ସ୍ୱାଗତ କରୁଥିବା ବେଳେ ଦେଓଗାଁ ପଟରୁ ଯାଉଥିବା ଯାତ୍ରୀମାନେ ବର୍ତ୍ତମାନ ପରିସ୍ଥିତିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ । ଦେଓଗାଁରୁ ବଲାଙ୍ଗିର ସରକାରୀ ପୁରୁଣା ବସ ଷ୍ଟେସନକୁ ଦୂରତା ପ୍ରାୟ ୨୦ କିଲୋମିଟର । ସେଥିପାଇଁ ଯାତ୍ରୀବାହୀ ସରକାରୀ ବସରେ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ବେସରକାରୀ ବସରେ ମଧ୍ୟ ୩୦ ଟଙ୍କା ଦେବାକୁ ପଡୁଥିଲା । ବର୍ତ୍ତମାନ ବସ ଟର୍ମିନାଲ କାର୍ଯ୍ୟକାରୀ ପରେ ବଲାଙ୍ଗିର ସହର ଭିତରକୁ ଯିବାକୁ ହେଲେ ଜଣ ପ୍ରତି ଆହୁରି ୨୦ଟଙ୍କାରୁ ଅଧିକ ଅଟୋ ଖର୍ଚ୍ଚ ଦରକାର । ନୂତନ ବସ ଟର୍ମିନାଲଟି ବଲାଙ୍ଗିର ଦେଓଗାଁ ରାସ୍ତାରେ ଓ ସହର ବାହାରେ ଥିବାରୁ ପ୍ରାୟ ୩ କିଲୋମିଟର ପୂର୍ବରୁ ଓହ୍ଲାଇ ପୁଣି ଏକ ଗାଡ଼ିରେ ସହର ଭିତରକୁ ଯିବେ । ଯଦି କୌଣସି ଯାତ୍ରୀ କୋର୍ଟ, କଚେରି କିମ୍ବା ମେଡ଼ିକାଲ କାମରେ ଯିବେ ତାହା ହେଲେ ସମୟ ଓ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଦେଓଗାଁ, ସଇଁତଳା, ଗୁଡ଼ଭେଲା ପଟରୁ ଯାଉଥିବା ଯାତ୍ରୀଙ୍କ ପାଇଁ ସରକାର କେଉଁ ପ୍ରକାର ବ୍ୟବସ୍ଥା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବାରୁ ନୂତନ ବସ ଟର୍ମିନାଲ ଲୋକଙ୍କ ପାଇଁ ସମସ୍ୟା ହେବ ବୋଲି ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି ।

Leave A Reply

Your email address will not be published.

three × one =