pakka

ଟଙ୍କା ପଇଠ କରି ବି ବିଦ୍ୟୁତ ବିଚ୍ଛିନ୍ନ ଅଭିଯୋଗ : ୫ଦିନ ହେଲା ଶୋଷରେ ୫୦ରୁ ଅଧିକ ଗାଁର ଲୋକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହେରୁ ଅଧିକ ହେଲା ଦେଓଗାଁ ବ୍ଲକକୁ ବିଦ୍ୟୁତ ଯୋଗାଉଥିବା ଟାଟା କମ୍ପାନୀ ଉଗ୍ର ରୂପ ଧାରଣ କରିଛି । କେବଳ ଲକ୍ଷ ଲକ୍ଷ ଟଙ୍କା ଥିବା ସରକାରୀ ଅଫିସକୁ ନୁହେଁ ଟଙ୍କା ବୁଝାଇଥିବା କାର୍ଯ୍ୟାଳୟକୁ ମଧ୍ୟ ବିଦ୍ୟୁତ ବିଚ୍ଛିହ୍ନ କରାଯାଇଥିବାରୁ ଜଳ ଯୋଗାଣ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଟାଟା କମ୍ପାନୀର ଚାପରେ ପଡ଼ି ଦେଓଗାଁ ବିଡିଓ ସବୁ ପଞ୍ଚାୟତର ସରପଞ୍ଚ ଓ ପିଇଓମାନଙ୍କୁ ଜରୁରୀକାଳୀନ ବୈଠକ ଡାକିଥିଲେ । ହେଲେ ଜରୁରୀକାଳୀନ ବୈଠକ ଡାକି ସଭାରେ ନିଜେ ବିଡ଼ିଓ ନ ରହିବା ବଡ଼ ଦୁଃଖ ବିଷୟ ବୋଲି ନବ ନିର୍ବାଚିତ ସରପଞ୍ଚ ସହ ପିଇଓମାନେ ନିନ୍ଦା କରିଛନ୍ତି । କେବଳ ସେତିକି ନୁହେଁ କିଛି ଦିନ ତଳେ ବିଡିଓ ବ୍ଲକ ହ୍ୱାଟସଫ ଗୃପରେ ଜରୁରୀକାନୀନ ବୈଠକ ପାଇଁ ଆମନ୍ତ୍ରଣ କରିଥିଲେ । ଆଲୋଚନା ପୂର୍ବରୁ ପତ୍ର ମାଧ୍ୟମରେ ବିଡିଓ ତାଗିତ କରିଥିଲେ ଯେ, ବାରମ୍ବାର ନିର୍ଦ୍ଦେଶ ସତ୍ୱେ ବିଭିନ୍ନ ଅଧିକାରୀଗଣ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆସୁଛନ୍ତି । ଯାହା ଫଳରେ ବିଦ୍ୟୁତ ବିଲ ଅହେତୁକ ଭାବେ ବଢ଼ି ବଢ଼ି ଆସୁଛି । କାରଣ କିଛି ପଞ୍ଚାୟତ କର୍ମଚାରୀ ବିଦ୍ୟୁତ ବିଲ ଦେବା ପାଇଁ ବଧୀର ଭୂମିକା କରୁଥିବା ଲେଖିଛନ୍ତି । କିଛି ପଞ୍ଚାୟତ ବିଦ୍ୟୁତ ବିଭାଗ ଦେଇଥିବା ବିଲ୍‌ର ୬୦ରୁ ୭୦ଭାଗ ଟଙ୍କା ଦେଇଥିଲେ ମଧ୍ୟ ବିଦ୍ୟୁତ ବିଚ୍ଛିହ୍ନ କରୁଥିବାରୁ ଗାଁଗୁଡ଼ିକକୁ ଜଳ ଯୋଗାଣ ବନ୍ଦ ହୋଇପଡ଼ିଛି । ଆହୁରି ମଧ୍ୟ ଗତ ଏପ୍ରିଲ ମାସରେ ସବୁ ଟଙ୍କା ସୁଝା ହୋଇଥିଲେ ମଧ୍ୟ ବିଦ୍ୟୁତ ବିଚ୍ଛିହ୍ନ କରିଥିବାରୁ ଟାଟା କମ୍ପାନୀର ଦାଦାଗିରି ବୋଲି ଆଲୋଚନା ହେଉଛି । କାହାକୁ କିଛି ନ ଜଣାଇ ଟାଟା କମ୍ପାନୀ ବିଦ୍ୟୁତ କାଟ୍‌ କରୁଥିବା ବେଳେ ବିଡ଼ିଓଙ୍କ ତାଗିଦ ପୂର୍ଣ୍ଣ ପତ୍ର ଯୋଗୁଁ ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ସରପଞ୍ଚ କହିଛନ୍ତି ଯେ, ଟାଟା କମ୍ପାନୀ କିଛି ନ ଜଣାଇ ବିଦ୍ୟୁତ କାଟିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର କେବୁଳ ଜରାସିଂହା ଓ କୁତୁର୍ଲା ପଞ୍ଚାୟତରେ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିଡ଼ିଓ ଚିଠି ଦେଇ ଅନୁପସ୍ଥିତ ରହିବା । ଏହି ବିଷୟରେ ବିଡ଼ିଓଙ୍କୁ ପଚାରିବାରୁ ଅନିଚ୍ଛା ସତ୍ୱେ ଉତ୍ତର ଦେଇ ପରେ କହିବି ବୋଲି ଚୁପ ପଡ଼ିଥିଲେ । ବିଭିନ୍ନ ସରପଞ୍ଚଙ୍କ ପ୍ରତିକ୍ରିୟା ଥିବା ବେଳେ ସଂଘର ସଭାପତି ଗୋପାଳ ମିଶ୍ର କହିଛନ୍ତି ଯେ, ଯିବାରେ ଟିକିଏ ବିଳମ୍ବ ହେବାରୁ ଆସୁଛି କହି ବିଡ଼ିଓ ଅନୁପସ୍ଥିତ ରହିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ପଲାଇ ଆସିଲୁ ବୋଲି କହିଛନ୍ତି । ତେଣୁ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁ‌ଷ୍ଠାନ କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

7 + seventeen =