pakka

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପନ୍ନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝରଠାରେ ରୀତିନୀତି ଅନୁସାରେ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏଠାରେ ୪ଦିନ ଧରି ଯାତ୍ରା ହୋଇଥାଏ । ଚଳିତବର୍ଷ ରୀତିନୀତି ଅନୁସାରେ ମା’ ପାଟଖଣ୍ଡାଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା । ରବିବାର ନବମୀ ତିଥିରେ ସନ୍ଧ୍ୟା ୮ଟିରେ ଗାଁର ମଧ୍ୟ ଭାଗରେ ଥିବା ମା’ ପାଟଖଣ୍ଡା ମନ୍ଦିରରେ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । ପରେ ମା’ ପାଟଖଣ୍ଡା ଓ ବିରୁପାଣି ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପାଟଖଣ୍ଡା ମନ୍ଦିରରୁ ବାହାରି ପ୍ରଥମେ ରାଜଦେହୁରୀଙ୍କ ଘରକୁ ଆଗମନ କରିଥିଲେ । ସେଠାରେ ପୂର୍ବରୁ ଅପେକ୍ଷାରେ ଥିବା ରାଜଦେହୁରୀ ଯୁବରାଜ ବିଶ୍ଵାଳଙ୍କୁ ଗୁହାରି ଶୁଣିବା ପରେ ଉପସ୍ଥିିଟାରେ ଥିବା ଭକ୍ତଙ୍କ ହାରିଗୁହାରି ଶୁଣି ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ପୂଜା ପୁଅ ଜିଉତିଆରୁ ଆରମ୍ଭ ହୋଇ ଭାଇ ଜିଉତିଆ ପର୍ଯ୍ୟନ୍ତ ଚାଲିଥାଏ ।

ପ୍ରକାଶ ଯେ, ଦୀର୍ଘ ବର୍ଷ ପୂର୍ବରୁ ଏହି ଯାତ୍ରା ହୋଇ ଆସୁଅଛି । ଠିକ୍ ଏହି ବର୍ଷ ମଧ୍ୟ ଯାତ୍ରା ଅନଷ୍ଠିତ ହୋଇଥିଲା । ମୁଖ୍ୟ ଦେହୁରୀ, ବନବାସ ସେଠ୍, ପୂଜକ ଆନନ୍ଦ ସେଠ୍, ବିରୁପାଣୀ ନଟବର ମର୍ଲିକ, ଭୂଜିନୀୟା ରାଜୀବ ବିଶ୍ଵାଳ, ଦେବେରୀୟା ବିଜୟ ପଧାନ, ମସଲିୟା ବସନ୍ତ ସେଠ୍, ଧୂପଳୀୟା ବଶିଷ୍ଠ ବାରିକ(କନ୍ଧ) ସହ ପରିଚାଳନା କମିଟି ସଭାପତି ଯୁବରାଜ ମାଝୀ, ସମ୍ପାଦକ ଅନ୍ତର୍ୟ୍ୟାମୀ ପଧାନଙ୍କ ସହ କମିଟିର ସମସ୍ତ ସଭ୍ୟବୃନ୍ଦ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × one =