pakka

ପ୍ରଥମ ଦିନରେ ଦକ୍ଷିଣ ଓଡ଼ିଶାର ରମ୍ଭା ଚନ୍ଦନ ଯାତ୍ରା ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସିଲା

bbehera

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗତ ଦୁଇବର୍ଷ ଧରି କରୋନା କଟକଣା ଚାଲିଥିବା ବେଳେ ବିଧି ବିଧାନ ଅନୁସାରେ କାର୍ଯ୍ୟକାରି କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଆଂଶିକ ହଟିବା ପରେ ବାସିନ୍ଦାଙ୍କ ପକ୍ଷରୁ ଉତ୍ସାହ ଉଦ୍ଧୀପନା ସହ ପ୍ରତିଟି କ୍ଷେତ୍ରରେ ଉଭୟ ବାଡ଼ ଯାତ୍ରା କରିବା ପାଇଁ ଅଣ୍ଟା ଭିଡ଼ିଥିବା ଲକ୍ଷ୍ୟ କରାଯାଇଛି । ଯାତ୍ରାକୁ ଉପଭୋଗ କରିବା ପାଇଁ ବହୁ ଉଚ୍ଚତା ସମ୍ପର୍ଣ୍ଣ ତୋରଣ ସାଙ୍ଗକୁ ମେଢ଼ ନିର୍ମାଣ ସହରର ଉଭୟ ପାର୍ଶ୍ଵରେ ହୋଇଛି । ଏତଦ୍‌ ବ୍ୟତୀତ ମୀନାବଜାର, ରାମଦୋଳି, ରଙ୍ଗ ବେରଙ୍ଗର ଖେଳନା ସାମଗ୍ରୀ ବିକ୍ରୟ ହେବାର ପରିଲକ୍ଷିତ ହୋଇଛି । ସ୍ଥାନେ ସ୍ଥାନେ ଛକ ଜାଗା ସ୍ପର୍ଶକାତର ସ୍ଥାନ ଉପରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜନ ସାଧାରଣ ଉପଭୋଗ କରୁଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀ ଶ୍ରୀ ମଦନ ମୋହନଙ୍କୁ ଚାପ ଖେଳ ସହ ଚନ୍ଦନ ପୋଖରୀରେ ସ୍ନାନ କରାଯାଇ ଘଣ୍ଟ, ମୃଦଙ୍ଗ, କାହାଳି ଓ ବାଦ୍ୟ ଯନ୍ତ୍ର ଦ୍ୱାରା ପହଣ୍ଡି ବିଜେ କରାଯାଇ ସାହି ବସ୍ତି ପରିଭ୍ରମଣ କରାଯାଉଛି । ଏହି ଯାତ୍ରା ଆସନ୍ତା ୨୩ ରିଖ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ସ୍ଥିରୀକୃତ ହୋଇଛି ।

Leave A Reply

Your email address will not be published.

14 + seventeen =