jayashree

ଦୀପକ ମୁଦୁଲିଙ୍କ ଆୟୋଜିତ ଠାକୁରାଣୀ ଯାତ୍ରା ବେଶ୍ ଉତ୍ସବ ମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ଦୀପକ ମୁଦୁଲିଙ୍କ ଦ୍ଵାରା ଆୟୋଜିତ ଠାକୁରାଣୀ ଯାତ୍ରାର ୨୪ ତାରିଖ ସନ୍ଧ୍ୟାର ଘଟଯାତ୍ରା ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ବିବିଧ ପ୍ରଦର୍ଶନର ପଟୁଆର, ମେଢ଼ ନୃତ୍ୟ, ନବଦୁର୍ଗା, ବାଡ଼ି ନାଚ, ମଲ୍ଲଯୁଦ୍ଧ, ଶିଙ୍ଗବାଦ୍ୟ, ଆନ୍ଧ୍ର ଲୋକ ସଂସ୍କୃତି ଦକ୍ଷିଣ କାଳୀ ନୃତ୍ୟ, ଗଞ୍ଜାମର ପ୍ରସିଦ୍ଧ ଯୋଡ଼ି ଶଙ୍ଖ ନୃତ୍ୟ, ଘଣ୍ଟଦଳ ଧ୍ଵନି ଆଦି ବେଶ୍ ଉତ୍ସବ ମୁଖର ଥିଲା । ଯାହାକି ବିବିଧ ପ୍ରଦର୍ଶନର ପଟୁଆର ଶୋଭାଯାତ୍ରାରେ ନୃତ୍ୟ ପ୍ରଦର୍ଶନ ନେଇ ରବିବାର ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସମାଜ ସାହି ବସ୍ତି ଅଞ୍ଚଳକୁ ଦେବୀଙ୍କ ଘଟଯାତ୍ରା ଆଗମନ ହୋଇଥିଲା । ପୁରୁଣା ଡାଲ୍ଡାମିଲ ରୋଡ଼କୁ ଯାଇ ବଦାନ୍ୟ ବ୍ୟକ୍ତି ସମାଜସେବୀ ଦୀପକ ମୁଦୁଲିଙ୍କ ବାସଭବନକୁ ଦେବୀଙ୍କ ଆଗମନ ହୋଇଥିଲା । ସେଠାରେ ମା’ ରାମାୟଣାମ୍ମାଙ୍କୁ ଆହ୍ୱାନ କରାଯାଇ ରାଜଭୋଗ ଅର୍ପଣ ଲାଗି ହୋଇଥିଲା । ସୁଗନ୍ଧ ଦ୍ରବ୍ୟ ସହ ମାଲ୍ୟାର୍ପଣ କରି ଦେବୀଙ୍କୁ ବସ୍ତ୍ର ଆଭୂଷଣ ଏବଂ ଆରତୀ ବନ୍ଦାପନାରେ ଦେବୀ ପ୍ରସନ୍ନ ହୋଇଥିଲେ । ସମାଜସେବୀ ଦୀପକ ମୁଦୁଲିଙ୍କ ସସ୍ତ୍ରୀକଙ୍କ ସହ ପୁତ୍ର ପ୍ରତୀକ ମୁଦୁଲୀ, ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଦେବୀଙ୍କ ପୂଜାର୍ଚ୍ଚନା ଏବଂ ଉକ୍ତ ଦିନ ୧୦ଶହସ୍ରାଧିକ ଭକ୍ତ ଦେବୀଙ୍କ ଦର୍ଶନ କରିଥିଲେ । ଦେବୀଙ୍କ ଦୁର୍ଲ୍ଲଭ ଲୀଳା ଅଗଣିତ ଭକ୍ତଗଣଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟିରେ ଦେବୀଙ୍କ ଦୁର୍ଲ୍ଲଭ ବେଶ ଦେଖି ଜନତା ଖୁସିବ୍ୟକ୍ତ କରି ଆତ୍ମସନ୍ତୋଷ ଲାଭ କରିଥିଲେ । ଉକ୍ତ ଦିନର ଯାତ୍ରାରେ ଦେବୀ ଭୋର୍ ୪ଘଣ୍ଟାରେ ଗମ୍ଭୀର ଗୃହକୁ ପଶ୍ଚାତ ଗମନ କରିଥିଲେ । ସୂଚନା ଯୋଗ୍ୟ ଯେ, ଛତ୍ରପୁର ସହରରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ମା’ ରାମାୟଣାମ୍ମାଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଦିନକୁ ଦିନ ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ଦୈନିକ ସନ୍ଧ୍ୟାରେ ଦେବୀଙ୍କ ମେଳଣ, ପଟୁଆର ଶୋଭାଯାତ୍ରାରେ ଦେବୀଙ୍କ ଘଟଯାତ୍ରା ବାହାରିଥାଏ । ଆଶାତୀତ ସଂଖ୍ୟାରେ ଜନସମାଗମକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ କଡ଼ା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସହରରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୋଲିସ ବାହୀନିର ପହରା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.