jayashree

ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସଭାପତିତ୍ୱରେ ବାର୍ଷିକ ପରୀକ୍ଷାରେ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟାପିକା ସବିତା ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ସ୍ଥିର କରି ଲକ୍ଷ୍ୟ ପଥରୁ ବିଚ୍ୟୁତ ନହୋଇ ପରିଶ୍ରମ କଲେ ଭବିଷ୍ୟତରେ ବଡ଼ ମଣିଷ ହେବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତତ୍ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । କଳା ବିଭାଗରେ ଛାତ୍ରୀ ଦିବ୍ୟଙ୍କା ଭୋଇ ୮୯.୬% ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ବିଜ୍ଞାନ ବିଭାଗରେ ଛାତ୍ରୀ ଅମୃତାମୟୀ ଭୋଇ ୮୯% ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । କଳା ଓ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ୩୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଅଧ୍ୟାପିକା ନିରୂପମା ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.