pakka

ବରିଷ୍ଠ ନାଗରିକ ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତିର ଜରୁରୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିର ହନୁମାନ ମନ୍ଦିରଠାରେ “ବରିଷ୍ଠ ନାଗରିକ ପାଇଁ କୋସଲ”ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା କରୁଥିବା ଓଡିଶା ସରକାରର ବିରୁଦ୍ଧରେ ଚାଲିଥିବା କୋସଲ ଯୁବକମାନଙ୍କର ପଦଯାତ୍ରାକୁ କପରି ସହଯୋଗ କରି ଆନ୍ଦୋଳନକୁ ତୀବ୍ରତର କରାଯାଇ ପାରିବ ତା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ବରିଷ୍ଠ ସଭ୍ୟ ଗୋପଭୂଷଣ ନାଥଙ୍କ ସଭାପତିତ୍ୱରେ ଓ ମନୋରଂଜନ ମିଶ୍ରଙ୍କ ଆବାହକତ୍ୱରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ପ୍ରଭାକର ମିଶ୍ର, ବାଦଲ ମହାକୁର, ନରେଶ ଦାସ, ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରମୁଖରେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାର ପ୍ରାରମ୍ଭରେ ପୂର୍ବତନ ବଲାଙ୍ଗିର ଏମ୍‌ପି ସ୍ୱର୍ଗୀୟ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ମଧ୍ୟ କରାଯାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶାକୁ ୮ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ପାଇଁ କେନ୍ଦ୍ରରୁ ପ୍ରସ୍ତାବ ଆସିଛି କିନ୍ତୁ କୋସଲାଞ୍ଚଳର ବରଗଡ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ ଇତ୍ୟାଦି ଜିଲ୍ଲାରେ ଗୋଟିଏ ମଧ୍ୟ ଆବାସ ଯୋଜନାରେ ଅନ୍ତଭୁକ୍ତ ନାହିଁ । ଏହାକୁ ପ୍ରତିବାଦ କରି କୋସଲ ରାଜ୍ୟ ଯୁବ ସମନ୍ୱୟ ସମିତି ତରଫରୁ ଭବାନିପାଟଣାରୁ ବରଗଡ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପଦଯାତ୍ରା କରୁଛନ୍ତି ଯେଉଁମାନେ ଆସନ୍ତା ୨୫ ତାରିଖ ରାତ୍ରିରେ ବଲାଙ୍ଗିରରେ ପହଞ୍ଚିବେ ।

jay balangir
Leave A Reply

Your email address will not be published.

5 + four =

error: Content is protected !!