pakka

ବଲାଙ୍ଗିର ଜିଲ୍ଲା ଆରଟିଆଇ ଫୋରମ ତରଫରୁ ପଞ୍ଚାୟତ ସମୀକ୍ଷା ଅଭିଯାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆରଟିଆ ଫୋରମ ତରଫରୁ ପଞ୍ଚାୟତ ସମୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ସରକାରଙ୍କ ତରଫରୁ ଚାଲୁଥିବା ବିଭିନ୍ନ ଜନହିତକର ଯୋଜନାର ଦୁର୍ନୀତିକୁ ନେଇ ବିଭିନ୍ନ ଖବର ଗୁଡିକରେ ବହୁଳ ପ୍ରସାର ହେଉଥିବା ବିଷୟକୁ ଆଖି ଆଗରେ ରଖି ଫୋରମ ଏହି ଅଭିଯାନ ହାତକୁ ନେଇଥିବା ଜଣାଯାଇଛି । ପୂର୍ବ ନିର୍ଦ୍ଧାରିତ ତଥା ଗ୍ରାମ ପଞ୍ଚାୟତର ଅଧିକାରୀ ଦେଇଥିବା ସମୟ ସାରଣୀ ଅନୁସାରେ ଫୋରମର ସଭ୍ୟମାନେ ସମୀକ୍ଷାରେ ଭାଗ ନେଇଥିଲେ । ଆବାହକ ଶଙ୍କର ପ୍ରସାଦ ପାଣିଗ୍ରାହୀ, ସବ୍ୟସାଚୀ ପୂଜାରୀ, ଅନଙ୍ଗ କୁମାର ଠାକୁର, ନିଳମଣି ଯୋଷୀ, ସୁରଥ ପଟେଲ, କେଦାରନାଥ ନନ୍ଦ, ଗୋପବନ୍ଧୁ ଛତ୍ରୀୟା, ସୁମନ୍ତ ମେହେର, ଶୁକ୍ରୁ ବିଶ୍ୱାଲ, ବିପ୍ର ରଣା କାର୍ଯ୍ୟକ୍ରମରେ ଭାଗ ନେଇ ବୁଢିପଦର ଗ୍ରାମ ପଞ୍ଚାୟତ ସମୀକ୍ଷା ଆରମ୍ଭ କରିଥିଲେ । ସରପଞ୍ଚ ଲକ୍ଷ୍ମୀ ପଧାନ ଏବଂ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରାଙ୍କ ଉପସ୍ଥିତିରେ ଫୋରମର ସଦସ୍ୟମାନେ ପରିଦର୍ଶନ ରେଜିଷ୍ଟର ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ, ଗ୍ରାମ ପଞ୍ଚାୟତର ମନରେଗା କାର୍ଯ୍ୟକ୍ରମ ଏବଂ ଆରଟିଆଇ ଆକ୍ଟର ନୀତିନିୟମ ଉପରେ ସାଧାରଣ ଜ୍ଞାନ ଅଭାବରୁ ଅନେକ ଦୋଷ ତୃଟି ପରିଲକ୍ଷିତ ହେଉଛି । ପଞ୍ଚାୟତ ସମୀକ୍ଷା କଲା ବେଳେ ଫୋରମ ସଦସ୍ୟମାନେ ନଥିପତ୍ର ଅନୁଧ୍ୟାନ କରି ଦେଖିବାକୁ ପାଇଲେ ଯେଉଁ ସବୁ କାର୍ଯ୍ୟ ଗୁଡିକ ମନରେଗାରେ କରାଯାଇଛି ତାର ରେକର୍ଡ ଯାହା ଅନ୍‌ଲାଇନରେ ଅଛି ଏବଂ ନଥିପତ୍ର ଗୁଡିକରେ ମଧ୍ୟରେ ତାଳମେଳ ରହୁ ନାହିଁ ବୋଲି ମତ ରଖିଛନ୍ତି ଦେଖାଗଲା ଯେ ମନରେଗା ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବିଧା ପାଇପାରୁ ନାହାନ୍ତି । ଅଭିଯୋଗ ଦେବା ପାଇଁ ଗ୍ରାମ ପଞ୍ଚାୟତରେ ଏକତ୍ରିତ ହୋଇଥିବା ପ୍ରାୟ ୨୦ଜଣ ହିତାଧିକାରୀ ତାଙ୍କର ସମସ୍ୟାର ସମାଧାନ ପାଇଁ ଫୋରମର ସଦସ୍ୟଙ୍କ ସହଯୋଗ କାମନା କରିଥିଲେ । ଫୋରମର ସଦସ୍ୟମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ରେଜିଷ୍ଟର ସମ୍ପର୍କରେ ପଚାରିବାରୁ ଅଧିକାରୀ କହିଥିଲେ ଯେ, ଆଜି ପର୍ଯ୍ୟନ୍ତ ଅଭିଯୋଗ ରେଜିଷ୍ଟର ଖୋଲା ଯାଇନାହିଁ ଏବଂ ସେଥିପାଇଁ କୌଣସି ଅଭିଯୋଗ ଗୁଡିକୁ ଦରଜ କରାଯାଇ ପାରିନାହିଁ । ସଦସ୍ୟମାନଙ୍କ ଉପସ୍ଥିତିରେ ୧୨ ଜଣ ହିତାଧିକାରୀ ଅଭିଯୋଗ ପତ୍ର ଦାଖଲ କରିଥିଲେ ଏବଂ ରେଜିଷ୍ଟରେ ଅଭିଯୋଗ ଗୁଡିକୁ ଦରଜ କରାଯାଇଥିଲା । ଫୋରମର ସଦସ୍ୟମାନେ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କୁ ଆଗରୁ ସମୀକ୍ଷା ପାଇଁ କାର୍ଯ୍ୟନିର୍ବାହୀ ଜଣାଇଥିଲେ ଓ ଉପସ୍ଥିତ ରହିବାକୁ କହିଥିଲେ ସୁଦ୍ଧା ଗ୍ରାମପଞ୍ଚାୟତରେ ଅନୁପସ୍ଥିତ ରହିଥିଲେ ତେଣୁ ଫୋରମର ସଦସ୍ୟମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଲିଖିତ ଆକାରରେ ଜଣାଇଥିଲେ ଏବଂ ଅଭିଯୋଗକାରୀମାନଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଗ୍ରାମ ପଞ୍ଚାୟତରେ ଆରଟିଆଇ ଆକ୍ଟର ଧାରା ୪(୧) ଉପଧାରା ୬ ଅନୁଯାୟୀ ସୂଚନା ଗୁଡିକ କର ସ୍ୱୟଂ ପ୍ରଘଟ କରିବା ନୀତିଗତ ୧୬ ବର୍ଷ ଧରି ଅନୁପାଳନ କରାଯାଉ ନଥିବା ଯୋଗୁଁ ଗଭୀର କ୍ଷୋଭ ପ୍ରକାଶ କରି ଅତିଶୀଘ୍ର ଏହି କାର୍ଯ୍ୟ ସମାପନ କରିବା ପାଇଁ ଅଭିଯୋଗ ରେଜିଷ୍ଟରରେ ଉଲ୍ଲେଖ କରି ଏହାର ଅନୁପାଳନ କରିବା ପାଇଁ ମତବ୍ୟକ୍ତ କରାଯାଇଥିଲା । ଲୋଇସିଂହା ବିଡିଓଙ୍କ ପ୍ରକୋଷ୍ଠରେ ଫୋରମର ସଦସ୍ୟମାନେ ବିଡିଓଙ୍କୁ ସାକ୍ଷାତ କରି ବୁଢିପଦର ଗ୍ରାମ ପଞ୍ଚାୟତ ତଥା ବ୍ଲକ ଅଫିସର ଲୋକ ସୂଚନା ଅଧିକାରୀଙ୍କ କାର୍ଯ୍ୟକଳାପ ଓ ବ୍ଲକରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଦସ୍ୟମାନେ ଜାଣିବାକୁ ପାଇଁ ଥିଲେ ଯେ, ୨୦୦୫ ମସିହାରେ ପ୍ରଣୀତ ଆରଟିଆଇ ଆକ୍ଟ ଧାରା ୪(୧) ଉପଧାରା ୬ ଅନୁସାରେ ବ୍ଲକରେ ଥିବା ସୂଚନା ଗୁଡିକ କର ସ୍ୱୟଂ ପ୍ରଘଟ କରିବା ନୀତିଗତ କର୍ତ୍ତବ୍ୟ ଗତ ୧୬ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ । ଅଧିକନ୍ତୁ ଗତ ୧୬ ବର୍ଷରେ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ଏହି ବ୍ଲକକୁ ବହୁଥର ନରୀକ୍ଷଣ କରିଥିଲେ ସୁଦ୍ଧା କୌଣସି ନିଜସ୍ୱ ମନ୍ତବ୍ୟ ପ୍ରଦାନ କରି ନଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଫୋରମର ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଆଗାମୀ ପନ୍ଥା ବାବଦକୁ ମତବ୍ୟକ୍ତ କରି କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ପ୍ରଚଳନ କରାଯାଇ ଥିବା ବିଭିନ୍ନ ଲୋକ ହିତକର କାର୍ଯ୍ୟକ୍ରମର ସମୀକ୍ଷା କରାଯିବ ଏବଂ ଏହି ସମୀକ୍ଷାର ରିପୋର୍ଟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଫୋରମ ତରଫରୁ କୁହାଯାଇଛି ଓ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଯଥା ପଞ୍ଚାୟତ, ବ୍ଲକଓ ଜିଲ୍ଲାସ୍ତରରେ ଏହିପରି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ, ଓକିଲ ତଥା ସ୍ୱେଚ୍ଛାସେବୀମାନଙ୍କୁ ନେଇ ଫୋରମ କାର୍ଯ୍ୟ କରିବ ବୋଲି ଫୋରମର ଆବାହକ ଶଙ୍କର ପ୍ରସାଦ ପାଣିଗ୍ରାହୀ କହିଛନ୍ତି ।

jay balangir
Leave A Reply

Your email address will not be published.

17 + 7 =

error: Content is protected !!