pakka

ଗାୟିତ୍ରୀ ପରିବାର ଦ୍ୱାରା ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗୁରୁ ଶିଷ୍ୟ ପରଂପରାର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଙ୍କ ପ୍ରତି ପୂର୍ଣ୍ଣରୂପେ ସମର୍ପିତ ହେବା ଦ୍ୱାରା ଶିଷ୍ୟର ସର୍ବାଙ୍ଗିନ ଉନ୍ନତି ସାଧିତ ହୋଇଥାଏ ବୋଲି ବ୍ୟାସପୀଠରୁ ଆର୍ଶିବଚନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୁରୁ ପୂର୍ଣ୍ଣିମା ପର୍ବ ପୂଜନ, ଗାୟତ୍ରୀ ଯଜ୍ଞ ଏବଂ ଗୁରୁ ଦିକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । କରୋନା ମହାମାରୀର ପ୍ରକୋପ ଦୂର ହେଉ ଏବଂ ସମସ୍ତେ ସୁସ୍ଥ, ନିରୋଗ ରୁହନ୍ତୁ ବୋଲି ପ୍ରାର୍ଥନା କରାଯିବା ସହ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରାଯାଇଥିଲା ।

jay balangir
Leave A Reply

Your email address will not be published.

thirteen − 3 =

error: Content is protected !!