om academy

ମରଣଯନ୍ତା ପାଲଟିଛି ଭୁବନେଶ୍ୱରପୁରରୁ ଭାନପୁର ରାସ୍ତା : ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା ବାରିକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମାଞ୍ଚଳରେ ରାସ୍ତା ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନିଦ୍ଦେଶ ଦେଉଥିବା ସତ୍ତ୍ୱେ ଏବେ ମଧ୍ୟ ଉପାନ୍ତ ଅଞ୍ଚଳର ରାସ୍ତା ଗୁଡ଼ିକ ଉପରେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁନଥିବା ଘଟଣା ଦେଖିବାକୁ ମିଳୁଛି । ଏଭଳି ଅନେକ ସମସ୍ୟାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ପାଇକମାଲ ଅଞ୍ଚଳର ସାମାଜିକ କର୍ମୀ ସୁଶ୍ରୀ ଦୀପା ବାରିକ । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଭୁନେଶ୍ଵରପୁର ଗ୍ରାମରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିଛି । ରାସ୍ତାରେ ଥିବା ଗେଟି ଓ ମେଟାଲ ସବୁ ବାହାରି ପଡ଼ି ଅନେକ ଦୁର୍ଘଟଣା ଘଟାଉଥିବାର ଅନୁମାନ କରାଯାଏ । ଏହି ରାସ୍ତା ଦେଇ ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଏବଂ ଖରିଆରରୋଡ଼କୁ ହଜାର ହଜାର ଲୋକ ଯାତାୟାତ କରନ୍ତି । କିନ୍ତୁ ଦୁଃଖ ଏବଂ ବିଡ଼ମ୍ବନାର ବିଷୟ ଏହି କି ଯେ, ଦୀର୍ଘ ବର୍ଷ ହେବ ଏହି ରାସ୍ତା ଉପରେ କୌଣସି ପ୍ରାଶାସନିକ ଅଧିକାରୀଙ୍କ ନଜର ପଡ଼ୁନାହିଁ । ଭୁନେଶ୍ଵରପୁରରୁ କିଛିବାଟ ଗଲାପରେ କିଛି ରାସ୍ତା କଂକ୍ରିଟ୍‌କରଣ କରାଯାଇଛି । ତାହା ପରେ ରାନୀଦରହା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କଚ୍ଚା ସଡ଼କ ଅଛି । ଯାହାକି ବର୍ଷା ଋତୁରେ ଅତ୍ୟନ୍ତ କଦର୍ଯ୍ୟ ହୋଇଥାଏ ବୋଲିି ସ୍ଥାନୀୟ ଲୋକେ କହିଛନ୍ତି । ଏହି ରାସ୍ତା ବୋଧ ହୁଏ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ କିମ୍ୱା ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ ହେବା କଥା । ତୁରନ୍ତ ଏହି ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାଇକମାଲ ବ୍ଲକର ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏହି ଅନୁରୋଧ ରକ୍ଷା କରି ରାସ୍ତାର ମରାମତି କଲେ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାର ହଜାର ହଜାର ଲୋକେ ଉପକୃତ ହୁଅନ୍ତେ ବୋଲିି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

four × five =