pakka

ସଲଡ଼ିହିଠାରେ କୋଭିଡ଼ ସଚେତନତା ରଥ ଗଡିଲା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକ ଅର୍ନ୍ତଗତ ସଲଡ଼ିହି ଗ୍ରାମକୁ ପହଂଚିଥିଲା । ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତାପରେ ସଲଡ଼ିହି ଗ୍ରାମକୁ ପହଂଚିଥିଲା । ମହିଳା ସ୍ୱାସ୍ଥ୍ୟ କର୍ମୀ ସୀମା ଦେବତା ଓ ରମା କାନ୍ତି ଶବର । ଝାରବନ୍ଧ ସୁପର ଭାଇଜର ଉମେଶ ବନଛୋର ଓ ଏସ୍‌ଟିଏସ୍ ନିଲେସ୍ ପ୍ରଧାନ ରଥକୁ ସ୍ଵାଗତ କରିଥିଲେ । ସବୁଆଡ଼େ ମ୍ୟାକିଂ ଓ ଲିପ୍‌ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ ହାଇ ବ୍ଲଡ୍ ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା । ଏହି ରଥ ତିନି ମାସିଆ କାର୍ୟ୍ୟକ୍ରମ । ଶେଷ ଦିନରେ ସଲଡ଼ିହି, ପୁଟିକିଡୁଙ୍ଗୁରି, ପଗାର୍ ପାଣି, କ୍ରଫୋଡଗଞ୍ଜ, ଗୋଠୁଗୁଡା, ସନଦାଦର, ଡୁଙ୍ଗୁରିଚଢ଼ା ଗାଁ କଲ୍ୟାଣ ସମିତିକୁ ବୁଲି ଶେଷ ହୋଇଛି । ଶ୍ରୀଯୁକ୍ତ ଅରୁଣ କୁମାର ଭୋଇ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝାରବନ୍ଧ, ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ, ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଳିତ ଜଗତ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

five × three =

error: Content is protected !!