
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ମାସିକିଆ ମାଗଣା ହାଟ ଓ ୧୧୭ ତମ ଜନ୍ମଦିନ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ରାକେଶ କୁମାର ସିଂ, ଯୋଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ବର୍ଷା ବୈଶାଳୀ, କବି କୁଞ୍ଜବିହାରୀ ରାଉତ, ରବର୍ଟ ହାଇଫିଲ, ସିଷ୍ଟର ଲିଓ ଯୋଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଆସୁଛି ବୋଲି ମତ ରଖିଥିଲେ । ଲାୟନ ରାକେଶଙ୍କ ପୁଅ ବିବେକ ସିଂ ଓ ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଭବନରେ ରହୁଥିବା ଅନ୍ତେବାସୀଙ୍କ ସହ କେକ୍ କଟାଯାଇ ସାମୁହିକ ଜନ୍ମଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଅନ୍ତେବାସୀଙ୍କ ମଧ୍ୟରେ ପୋଷାକ ପତ୍ର ଓ ଟିଫିନ୍ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ସାହୁ, ଚେତନା ଚୈତାଳୀ, ଅନ୍ୱେଷା ପଣ୍ଡା, ଦେବିକା ଘୋଷ, ସସ୍ମିତା ପ୍ରଧାନ, ଦୀପଞ୍ଜନ ଘୋଷ ପ୍ରମୁଖ ଓ ଶାନ୍ତିଭବନର ଅନ୍ୟ ସିଷ୍ଟରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।