csstore

ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ତରଫରୁ ଗତକାଲି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ବୁକୁରାମୁଣ୍ତା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମହୁଲପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ଆହ୍ବାନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୁଏ ଯୋଗଦାନ କରି ପଣ୍ଡିତ ଦୀନଦୟାଲଙ୍କ ଜୀବନ ତଥା ତାଙ୍କ ଆଦର୍ଶ କଥା ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଦସ୍ୟ ଜଗନ୍ନାଥ ଛତ୍ରିଆ, କୃଷକ ମୋର୍ଚ୍ଚା ସଦସ୍ୟ ପୁରନ୍ଦର ସାହୁ, ଜଗଦିଶ ସାହୁ, ରମେଶ ବରିହା, ଅମୃତ ଠାକୁର, ଦୁଷ୍ମନ୍ତ ସାହୁ, ମହେନ୍ଦ୍ର ପ୍ରଧାନ, ରୁଦ୍ରମଣି ବେରିଆ, ରମେଶ ପ୍ରଧାନ, ରଣଜିତ ଭୋଇ, ଯୁଧିଷ୍ଠିର ନାଏକ, ଡୋଲାମଣି ପ୍ରଧାନ, ମଥାମଣି ଭୋଇ, ପବନ ବାରିକ, ସଫେତ ବାରିକଙ୍କ ସମେତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.