oom

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

jsmm

କଟକ, (ଚକ୍ରବର୍ତୀ ଓତା) : କଟକସଦର ତଥା ୪୨ମୌଜାସ୍ଥ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବର୍ଷିୟାନ ଗାନ୍ଧିବାଦୀ ନେତା, ସମାଜସେବୀ, ବାଗ୍ମୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପଟଣାସ୍ଥିତ ଆନନ୍ଦ ନୃସିଂହ ସ୍ମୃତି ଭବନ ଠାରେ ନିରାଡମ୍ବର ଭାବେ କୋଭିଡ୍‌ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ସଭାରେ ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳ ସଭାପତିତ୍ୱ କରି ଯୁବ ସମାଜ ଜାନକୀ ବାବୁଙ୍କ ବହୁବିଧ ପ୍ରତିଭାକୁ ଅନୁସରଣ କରିବା ପାଇଁ ଆହ୍ୱାନ କରିବା ସହିତ ମହାମାରୀ କରୋନାର ପ୍ରକୋପରୁ ସମାଜରୁ ମୁକ୍ତ କରିବା ପାଇଁ ସରକାରଙ୍କ କଟକଣାକୁ ଅଗ୍ରାଧିକାର ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ସଦର ବ୍ଲକ୍‌ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକ ଏବଂ ସମ୍ମାନୀତ ଅତିଥି ରୂପେ ପ୍ରାଧ୍ୟାପକ ଡଃ ସେକ୍‌ କଲିମୁଲ୍ଲା, ପୂର୍ବତନ ସମିତିସଭ୍ୟ ବିନୋଦ ବେହେରା, ସରସ୍ୱତୀ କଳାପରିଷଦ କନ୍ଦରପୁରର ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ସଂଯୋଜକ ଚକ୍ରବର୍ତୀ ଓତା ଉପସ୍ଥିତ ରହି ସ୍ୱର୍ଗତଃ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ବିଷୟରେ ବିଷଦ୍‌ ଆଲୋଚନା କରିଥିଲେ । ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସ୍ୱର୍ଗତଃ ପଟ୍ଟନାୟକଙ୍କୁ ୪୨ମୌଜା ବିନ୍ଧାଣୀ ରୂପେ ବିବେଚନା କରି ବୟାଳିଶମୌଜାର ପ୍ରଥମ ସେତୁ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଯୋଗୁ ସେ ୪୨ମୌଜାବାସୀଙ୍କ ହୃଦୟପଟରେ ଚିରସ୍ମରଣୀୟ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଥିଲେ । ପରେ ଅନୁଷ୍ଠାନ ତରଫରୁ ପ୍ରାଧ୍ୟାପକ ଡଃ କଲିମୁଲ୍ଲା, ସରସ୍ୱତୀ କଳା ପରିଷଦ କନ୍ଦରପୁରର ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ସଂଯୋଜକ ଚକ୍ରବର୍ତୀ ଓତା, କଟକସଦର ବ୍ଲକ୍‌ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକ ପ୍ରମୁଖ ମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଅର୍ପଣ କରି ଦୟାନିଧି ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ କର୍ମୀ ସରୋଜ କୁମାର ଲେଙ୍କା, ପ୍ରଭାତ କୁମାର ଖଟୁଆ, ରମେଶ ଚନ୍ଦ୍ର ମଲ୍ଲିକ, ଅଜୟ ମଲ୍ଲିକ, ହାଡିବନ୍ଧୁ ଆଚାର୍ଯ୍ୟ, ଜ୍ୟୋତିରଂଜନ ଦାସ, ଯଚିନ୍ଦ୍ରନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ ବିଭାଗ ସମ୍ପାଦକ ରୁଦ୍ରନାରାୟଣ ଦାସ ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.