pakka

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜନ ଜାଗରଣ ଅଭିଯାନ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ଵରେ ଜନ ଜାଗରଣ ଅଭିଯାନ ରବିବାର ଜୋନ୍ ନଂ.୨ ରୁଣ୍ଡିମହୁଲ ଛକରୁ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ରୁଣ୍ଡିମହୁଲରୁ ବାହାରି ପଲସାଗୋରାର ମକର ପଡିଆଠାରେ ପହଞ୍ଚିଥିଲା । ଭୂମୀହୀନମାନଙ୍କୁ ଭୂମି ଓ ଘର ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଧାନ କିଣିବା, ମଦମୁକ୍ତ ଓଡ଼ିଶା ଗଠନ, ପ୍ରତ୍ୟେକ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରୁ ଦୁର୍ନୀତି ହଟାଇବା, ଅହେତୁକ ଭାବେ ଦରଦାମ୍‌ ବୃଦ୍ଧିକୁ କମ୍ କରିବା, ବଡ଼ ବଡ଼ କଂପାନୀକୁ ହାତ ଟେକି ଦେବା, ସାମ୍ପ୍ରଦାୟିକ ବିଭାଜନ ବନ୍ଦ କରିବା, ଭାରତରେ ଶାନ୍ତି ବଜାୟ ରଖିବାକୁ ଦାବୀ ରଖିଥିଲେ । ସେହିପରି କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ମନମୁଣ୍ଡା, ବାଉଁଶୁଣୀ, ଘଣ୍ଟାପଡ଼ା ଓ ବଘିଆପଡ଼ାକୁ ବ୍ଲକ ମାନ୍ୟତା, ଘଣ୍ଟାପଡ଼ା, ଶଗଡ଼ା, ବଘିଆପଡ଼ା ଓ ଆଡେଣୀଗଡ଼କୁ ଥାନା ମାନ୍ୟତା ଏବଂ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକକୁ ଏନ୍ଏସି ମାନ୍ୟତା, ବୌଦ୍ଧକୁ ବ୍ରହ୍ମପୁର ପରିବର୍ତ୍ତେ ସମ୍ବଲପୁର ଆରଡିସିରେ ସାମିଲ କରିବା ଆଦି ଦାବୀ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ର, କଣ୍ଟାମାଳ କଂଗ୍ରେସ ପୂର୍ବ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଉଛେଇ ବାରିକ, ଉଦୟ ଶର୍ମା, ରାଜ୍ୟ ଓବିସି ସେଲ ଉପସଭାପତି କେଶବ କ୍ଷେତି, ପ୍ରଦୀପ ଦାସ, ରାଧାରମଣ ପାଣିଗ୍ରାହୀ, ପ୍ରଭାତ ମଟାଲି, ଉଗ୍ରେସନ ପଟ୍ଟନାୟକ, କାଳନ୍ଦି ବିଭାର, ଜାନକୀ ଜେନା, ନକୁଳ ନାଏକ, ଅନନ୍ତ କର୍ଣ୍ଣ, ପ୍ରଦୀପ୍ତ ମେଁଡ଼ିଲି, ପଙ୍କଜ କର୍ଣ୍ଣ, ଜିଲ୍ଲା କଂଗ୍ରେସ ସଂଗଠନ ସମ୍ପାଦକ ସରୋଜ ପ୍ରଧାନ, ମୁକୁନ୍ଦ ନାଏକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

seventeen + ten =

error: Content is protected !!