pakka

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚନ୍ଦ୍ରମା ସାହୁ ଗିରଫ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରମା ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ଗିରଫ ହୋଇଥିବା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର ହୋଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ଆୟଠାରୁ ୧୨୨% ଅଧିକ ଆୟର ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ କରାଯାଇଥିଲା । ଗତକାଲି ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ଦୁଇଟି ଦଳ ଏକକାଳୀନ ତାଙ୍କ ବରପାଲି ସ୍ଥିତ ବାସଭବନ ଓ କାର୍ୟ୍ୟାଳୟ ଚଢ଼ାଉ କରିଥିଲେ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧ କୋଟି ୧୯ ଲକ୍ଷ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିରେ ବରପାଲିଠାରେ ୨ ମହଲା ବିଶିଷ୍ଟ କୋଠା ଘର, ବରଗଡ଼ରେ ୨ ଟି ପ୍ଲଟ, ୨ଟି ତିନିଚକିଆ ଯାନ, ଗୋଟିଏ ବାଇକ, ବ୍ୟାଙ୍କ ଜମା ୩୧.୦୪ ଲକ୍ଷ ଟଙ୍କା, ୧୦.୫୪ ଲକ୍ଷ ଟଙ୍କାର ଜୀବନ ବୀମା, ୪.୯୬ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଏବଂ ନଗଦ ୩,୫୪୪୨୦ ଟଙ୍କା ବିଭାଗ ଦ୍ଵାରା ତଦନ୍ତ ପରିସରଭୁକ୍ତ କରିଥିଲେ ।

jay balangir
Leave A Reply

Your email address will not be published.

five − three =

error: Content is protected !!