jsm

ଲକ୍ଷ୍ମୀପୁର ଗ୍ରାମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡ଼ିଓ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ତହସିଲଦାର ଶ୍ରୀମତୀ ଦିବ୍ୟା ମହାନ୍ତି, ସିଡିପିଓ ଶ୍ରୀମତୀ ପ୍ରଣମିତା ପଣ୍ଡା, ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁଲି ନାହାକ,ସରପଞ୍ଚ ପ୍ରତିନିଧି ମାଗୁଣି ବିଷୋୟୀ, ନାଏବ ସରପଞ୍ଚ ବାସୁଦେବ ଗୌଡ, ସମିତି ସଭ୍ୟ ଏନ୍‌ ରମେଶ ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ, ଏଡିଓ ସୁଧୀର ନାୟକ ଏବଂ ବ୍ଲକର ସମସ୍ତ ଲାଇନ୍ ବିଭାଗର ସଦସ୍ୟମାନେ ଯୋଗଦେଇ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜନସାଧାରଣ ମାନଙ୍କର ରରସନ୍‌କାର୍ଡ, ଭତ୍‌ତ୍ତା, ଇନ୍ଦିରା ଆବାସ, ସୁଭଦ୍ରା ଯୋଜନା, ଧାନ ମଣ୍ଡି ପ୍ରମୁଖ ଉପରେ ପ୍ରାୟ ୫୫ ଜଣ ଅଭିଯୋଗ ଦାଖଲ କରିଥିଲେ । ସମସ୍ତ ଅଭିଯୋଗକାରୀ ମାନଙ୍କୁ ବିଡ଼ିଓ ସମସ୍ତଙ୍କର ଯାହା ଅଭିଯୋଗ ଅଛି ଖୁବ୍ ଶୀଘ୍ର ତ୍ୱରାନିତ୍ୱ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.