ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଓଡ଼ିଶା ର ବିଭିନ୍ନ ଅଞ୍ଚଳରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଛି, ଯାହା ୨୭ ତାରିଖରେ ସମାପ୍ତ ହେବା । ପ୍ରଥମ ଦିନରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନର ମୁଖ୍ୟ ଆଦିଙ୍କୁ ଡାକି ଜନ ସାଧାରଣ କିପରି ସଚେତନ ହେବେ ତାହା ବୁଝା ଯାଉଛି । ଗତକାଲି ଟିଟିଲାଗଡର ଅନେକ ରାଜନୈତିକ ଦଳର ମୁଖ୍ୟ ସହିତ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଟିଟିଲାଗଡ଼ ଉପଖଣ୍ଡୀୟ ଚିକିତ୍ସାଳୟର ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଲଙ୍କ ସହିତ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଟିଟିଲାଗଡର ଜନସାଧାରଣଙ୍କ ପାଇଁ କୋରୋନା ସହିତ ଲଢ଼ିବା ନିମନେ୍‌ନ୍ତ ପ୍ରଶାସନ ତରଫରୁ ସୃଷ୍ଟି ହୋଇଥିବା ଯୁଦ୍ଧଭିତ୍ତିକ ନୀତି ବାବଦରେ କହିଛନ୍ତି । ଡ଼ା. ପାଲ୍ କିପରି ଭାବରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ ସେ ସଂପର୍କରେ କହିଥିଲେ । ଏସଡିପିଓ ଶ୍ରୀ ଶତପଥୀ ଟିଟିଲାଗଡ଼ ସହରର ଅମାନିଆମାନଙ୍କ ପାଇଁ ପ୍ରଶାସନର ନିୟମ ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ କହିଥିଲେ । ଟିଟିଲାଗଡ ବିଜେପି ନେତା ପ୍ରଶାନ୍ତ ଷଡ଼ଙ୍ଗୀ ଟିଟିଲାଗଡ଼ର ମୁଖ୍ୟ ଦୁଇଟି ସମସ୍ୟା ବିଦ୍ୟୁତ୍ ବିଭାଗ ଓ ଜଳ ବିଭାଗର ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ ।

କଂଗ୍ରେସ ମୁଖପାତ୍ର ବିରେନ୍ଦ୍ର ବାଗ୍ ଟିଟିଲାଗଡରେ ହଉଥିବା କୋରୋନା ପରୀକ୍ଷଣର ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ବିଜେଡି ଦଳ ନେତା ପ୍ରମୋଦ ପ୍ରଧାନ ଟିଟିଲାଗଡରେ ଏକ କୋଭିଡ ହସ୍ପିଟାଲ୍ ତିଆରି ପାଇଁ ପ୍ରସ୍ତାବ ଦେଇଥିଲେ । ବିଜେପିର ସଞ୍ଜୟ ତ୍ରିପାଠୀ ବରିଷ୍ଠ ନାଗରିକଙ୍କ ପାଇଁ ମେଡିକାଲ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବା ପାଇଁ ତଥା ଥର୍ମାଲ ସ୍କେନିଙ୍ଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଵୁ ଓ୍ଵାର୍ଡରେ ହୋଇଥିବା କୋଭିଡ କମିଟିର କର୍ମଚାରୀମାନଙ୍କ ନମ୍ବର ଦିଆଗଲେ ଲୋକ ଯୋଗାଯୋଗ କରିବାରେ ସୁବିଧା ହୁଅନ୍ତା ତଥା ପୋଜିଟିଭ ବାହାରୁଥିବା ଲୋକଙ୍କ ଘର ବାହାରେ ନୋଟିସ ଲଗାଉନଥିବା ସାମ୍ବାଦିକ ସଞ୍ଜୟ କୁମାର ନାୟକ ପରାମର୍ଶ ଦେଇଥିଲେ । ଓୟୁଜେ ସଭାପତି ଦୀପକ ସମାଦ୍ଦାର ପୋଲିସ ପକ୍ଷରୁ ହେଉଥିବା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ପ୍ରଶଂସା କରିଥିଲେ । ଏହି ଜନସମ୍ପର୍କ ଅଭିଯାନରେ ବହୁତ ସୁନ୍ଦର ଭାବରେ ଆଲୋଚନା ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.