ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଂଚଳର ଆଠଗୋଟି ପଂଚାୟତର ବିଜୁ ଜନତାଦଳର ସଭାନେତ୍ରୀମାନଙ୍କୁ ନେଇ ଲଖମରା ଗ୍ରାମପଂଚାୟତ ଅନ୍ତର୍ଗତ କୁଧ୍ରେନପାଲିଠାରେ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପାଇକମାଲ ବ୍ଲକର ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ନାରୀ ଶକ୍ତି ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ, ମାଟି ମା’ର ସମ୍ମାନକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଅଗ୍ରଗତି ପଥେ ଆଗକୁ ବଢ଼ାଇବା ପାଇଁ ଅନେକ ଗୁଡିଏ ପଦକ୍ଷେପ ମାନ ନେଇ ଚାଲିଛନ୍ତି । ତାକୁ ପାଥେୟ କରି ଗ୍ରାମାଂଚଳରୁ ସହରାଂଚଳ ଯାଏଁ ମହିଳାମାନଙ୍କୁ ଏକଜୁଟ କରି ମହିଳାମାନଙ୍କ ବିକାଶ କିପରି ଆଗକୁ ବଢ଼ିବ ସେ ବିଷୟରେ ବୁଝାଇବାକୁ ଉପସ୍ଥିତ ଆଠଗୋଟି ପଂଚାୟତର ନାରୀନେତ୍ରୀମାନଙ୍କୁ ବୁଝାଇବା ସହ ସଂଗଠନକୁ ସୁଦୃଢ଼ କରିବାକୁ ଅନୁରୋଧ କରିଥିଲେ । ଏହି ସମାବେଶରେ ଲଖମରା ବିଜୁ ଜନତାଦଳ ସଭାପତି ଅମରେଶ ଭୋଇ, ପାଇକମାଲ ବ୍ଲକ ବିଜୁ ଜନତା ଦଳ ସଭାନେତ୍ରୀ କୁମାରୀ ବରିହା, ସକୁନ୍ତଳା ନାଏକ କୋଷାଧ୍ୟକ୍ଷ ପାଇକମାଲ ବ୍ଲକ, ଯାଜ୍ଞସେନୀ ପଟେଲ ମାଣ୍ଡିଆଢ଼ିପା ଗ୍ରାମପଂଚାୟତ, କେଛୋଦାଦର ଗ୍ରା.ପ.ର ସଭାନେତ୍ରୀ ଲଲିତା ସିଂ ବରିହା, ଉପସଭାପତି ମହିଳା ଜୋନ ନଂ-୩ ତଥା ଟେମେରୀ ଗ୍ରାମପଂଚାୟତର ସଭାନେତ୍ରୀ ଦାୟିତ୍ୱରେ ଥିବା ସସ୍ମିତା ଯୋଷୀ, ବନିତା ବରିହା ବୁକୁରାମୁଣ୍ଡା ଗ୍ରାମପଂଚୟତ ସଭାନେତ୍ରୀ, ଭୂମିସୁତା ଭୋଇ ଲଖମରା ଗ୍ରାମପଂଚାୟତ ସଭାନେତ୍ରୀ, କନକ ବରିହା ଚର୍ଦାପାଲି ଗ୍ରାମପଂଚାୟତର ସଭାନେତ୍ରୀ, ବନିତା ବିଶି ସଂପାଦକ ମହିଳା ଜୋନ ନଂ ୩, ଅହଲ୍ୟା ବେହେରା ସୋସିଆଲ ମିିଡିଆ ପାଇକମାଲ ବ୍ଲକ ସହ ଅହଲ୍ୟା ରାଉତ ଲଖମରା ଗ୍ରାମପଂଚାୟତର ସୋସିଆଲ ମିଡିଆଙ୍କ ଉପସ୍ଥିତି ପରିଲକ୍ଷିତ କରାଯାଇଥିଲା । ଲଖମରା ବିଜୁ ଜନତାଦଳ ସଭାପତି ଅମରେଶ ଭୋଇ ବିଜୁ ଜନତାଦଳ ପକ୍ଷରୁ ହୋଇଥିବା ମହିଳା ସଭାନେତ୍ରୀଙ୍କ ସମାବେଶ ସୁରୁଖୁରୁରେ ସମାପିତ ହୋଇଥିବାରୁ ଉପସ୍ଥିତ ଅତିଥିଙ୍କ ସହ ସମସ୍ତ ସଭାନେତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.