ରାତିସାରା ସଂସଦ ସମ୍ମୁଖରେ ଧାରଣା ଦେବେ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବୋଶନରେ ୮ ଜଣ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ଏହାପରେ ନିଲମ୍ବିତ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମା ସାମ୍ନାରେ ଧାରଣାରେ ବସିଛନ୍ତି । ନିଲମ୍ବିତ ସାଂସଦଙ୍କ କହିବା ଅନୁସାରେ ସେମାନେ ସାରା ରାତି ଧାରଣାରେ ବସିବେ ଏବଂ ସେତେବେଳ ପର୍ଯ୍ୟନ୍ତ ଧାରଣା ଦେବେ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ନିଲମ୍ବନ ପ୍ରତ୍ୟାହାର ନ ହୋଇଛି । ତେବେ ଧାରଣାରେ ବସିଥିବା ସାଂସଦମାନଙ୍କ ସମର୍ଥନ ଜଣାଇ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ବି ପହଂଚିଛନ୍ତି ଏବଂ ସେ କହିଛନ୍ତି ଯେ, ସଂପୃକ୍ତ ବିଲ୍‌ କୃଷକଙ୍କୁ ବର୍‌ବାଦ୍‌ କରିଦେବା ଭଳି ବିଲ୍‌ । ସଂପୂର୍ଣ୍ଣ କୃଷକ ବିରୋଧୀ । ସରକାରଙ୍କ ଦ୍ୱାରା ଜବର୍‌ଦସ୍ତି ଏହି ବିଲ୍‌ ପାସ୍‌ କରାଯାଇଛି । ଗୁଲାମନବୀ ଆଜାଦ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ, ରାଜ୍ୟସଭାରେ ହଙ୍ଗାମା କାଳରେ ସାଂସଦମାନେ କାହାକୁ ବି ହାତ ଲଗାଇ ନାହାନ୍ତି । ନା ଉପସଭାପତିଙ୍କୁ ନା ମାର୍ଶଲ, କାହାକୁ ବି ହାତ ଲଗା ଯାଇନାହିଁ ।

Leave A Reply

Your email address will not be published.