ପାନୀୟ ଜଳ ସମସ୍ୟା ନେଇ ମୁଖ୍ୟରାସ୍ତା ଅବରୋଧ

ପାଟଣାଗଡ଼, (ଦେବାଶିଷ ମିଶ୍ର) : ଆଜି ସଂଧ୍ୟାରେ ପାଟଣାଗଡ଼ ସହରସ୍ଥିତ ରାମଜୀଛକଠାରେ ସ୍ଥାନୀୟ ବାସିନ୍ଦା ପିଇବା ପାଣି ପାଇଁ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଗତ ୪ ଦିନ ଧରି ସହରରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ଯୋଗାଣ ହୋଇ ପାରି ନଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇ କୋଭିଡ କଟକଣାକୁ ମଧ୍ୟ ଖାତିର ନକରି ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତାକୁ ଦୀର୍ଘ ୪ ଘଂଟା ଧରି ଅବରୋଧ କରିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିବା ସହ ରାସ୍ତା ଜାମ୍‌ ହୋଇ ଯାଇଥିଲା । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ରେ ଦୀର୍ଘ ଦିନରୁ ଜନସ୍ୱାସ୍ଥ୍ୟ ବିଭାଗର ସମସ୍ତ ପଦବୀ ଫାଙ୍କା ରହିଛି ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସହରର ପାନୀୟ ଜଳ ଯୋଗାଣ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପଦବୀଗୁଡ଼ିକ ଶୀଘ୍ର ପୂରଣ କରାଯାଇ ସହରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଲୋକେ ଜିଦ୍‌ ଧରି ବସିଥିଲେ । ଘଟଣାସ୍ଥଳରେ ପାଟଣାଗଡ଼ ଆଇଆଇସି କେ.ପ୍ରିୟଙ୍କା ରାଉତରାୟ, ଅତିରିକ୍ତ ତହସିଲ୍‌ଦାର୍‌ ଧୀରଜ ପାତ୍ର, ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ପହଂଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ଆସନ୍ତା କାଲି ଦିନ ୧୨ଟା ସୁଦ୍ଧା ପିଇବା ପାଣି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକରୁ ଲୋକେ ଓହରିଥିଲେ ।

Leave A Reply

Your email address will not be published.