csstore

ଫକୀର ଚରଣ ପାଢ଼ୀଙ୍କ “ଜଣା ଅଜଣା’ ପୁସ୍ତକ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାରସ୍ଵତ ସାଧକ ତଥା ଓଡିଶାର ଜଣାଶୁଣା ସାହିତ୍ୟିକ ଚାଳିଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କର ପୁସ୍ତକ “ଜଣା ଅଜଣା’ ସତ୍ୟବାଦୀର ପଞ୍ଚସଖାଙ୍କ ସମାଧିପୀଠରେ ଉତ୍କଳ ସମ୍ମିଳନୀ ପୁରୀ ଶାଖାର ୮୭ତମ ପାଳନ ଅବସରରେ ଲୋକାର୍ପିତ ହୋଇଯାଇଅଛି । ଗବେଷକ ତଥା ଐତିହାସିକ ଭୀମସେନ ମହାପାତ୍ର, ଗାନ୍ଧୀତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ, କବି ତଥା ଲେଖକ ରଶ୍ମିରଂଜନ ସାହୁ, କବି ବାଳକୃଷ୍ଣ ଜେନା, ଅଧ୍ୟାପିକା ଡ଼କ୍ଟର ଶାନ୍ତିଲତା ଅଧିକାରୀ, କବୟିତ୍ରୀ ବିଶାଖା ଦେବୀ, ଆଇନଜୀବୀ, କବି, ଲେଖକ ତଥା ପରିବେଶବିତ ହୃଷୀକେଶ ପାଢ଼ୀ ପ୍ରମୁଖଙ୍କ କରକମଳରେ ଉକ୍ତ ପୁସ୍ତକଟି ଲୋକାର୍ପଣ ହୋଇଥିଲା । କବି, ଗବେଷକ ଭୀମସେନ ମହାପାତ୍ର ପୁସ୍ତକଟିକୁ ବିଷଦ ଭାବେ ସମୀକ୍ଷା କରିଥିଲେ । ଶେଷରେ କବି ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.