csstore

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଦ୍ଵାରା ସକାଳୁ ରେଡ଼ ପତାକା ଉତ୍ତୋଳିତ ହେବା ପରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଜମଲା ଡିଗ୍ରୀ କଲେଜ ପରିଚାଳନା ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରେଡ଼କ୍ରସର ପ୍ରାଣ ପ୍ରତିଷ୍ଠାତା ହେନରୀ ଜୁନାଣ୍ଟଙ୍କ ଫୋଟୋଚିତ୍ର ସମକ୍ଷରେ ଧୂପ, ଦୀପ, ଫୁଲ, ନାରିକେଳ ଅର୍ପଣ କରି ଶିବିର ଉଦ୍‌ଘାଟନ କରିଥିଲେ । କାଉନସେଲର ଅଧ୍ୟାପକ ସଦାନନ ସେଠ ଶିବିର ସଂପର୍କରେ ଅଲୋକପାତ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ମିନତି ଦେବତା ସଭା ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଡକ୍ଟର ସ୍ୱାଧୀନ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ । ପ୍ରଥମ ଅଧିବେଶନରେ ଝାରବନ୍ଧ ଡିଗ୍ରୀ କଲେଜର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ ବିଶେଷଜ୍ଞ ଭାବେ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ରେଡ଼କ୍ରସର ଇତିହାସ, ଲକ୍ଷ୍ୟ, ଆଭିମୁଖ୍ୟ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଦ୍ଵିତୀୟ ଅଧିବେଶନରେ କମଲା ଚିକିତ୍ସାଳୟର ଡାକ୍ତର ତ୍ୟାଗରାଜ ସିଂହ ରକ୍ତ ଓ ରକ୍ତଦାନ ସଂପର୍କରେ ପ୍ରଶିକ୍ଷିତ କରାଇଥିଲେ । ପ୍ରଥମ ଦିନର ଶେଷ ସମୟରେ ଗୀତ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ କମଲା ଡିଗ୍ରୀ କଲେଜ ସହ ଗାଲାଟ ଡିଗ୍ରୀ କଲେଜ, ଗାଇସିଲାଟ ଜୁନିୟର କଲେଜ, ଜମଲା ଜୁନିୟର କଲେଜ, ଶରଧାପାଲି ଜୁନିୟର କଲେଜ, ଗୁଦେରପାଲି ଜୁନିୟର କଲେଜ, ଗନିଆଁପାଲି, ଜୁନିୟର କଲେଜ ଓ ସର୍ଗିବାହାଲ ଜୁନିୟର କଲେରର ମୋଟ ଦଶ ଜଣ କାଡ୍‌ସେଲର ଓ ତିରିଶ ଜଣ ସ୍ଵେଚ୍ଛାସେବୀ-ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ଡ. ଜୟକେତନ ତ୍ରିପାଠୀ, ଶ୍ରୀ ହେମନ୍ତ କୁମାର ପଣ୍ଡା, ଅଧ୍ୟାପକ ରମେଶ କୁମାର ସାହୁ, ଅଧ୍ୟାପକ ରମଣୀ ରଂଜନ ପଧାନ, ପିଙ୍କି ରଥ ପ୍ରମୁଖ କାଉନ୍ସେଲର ଏବଂ ଆୟୋଜକ କଲେଜର ଅଧ୍ୟାପକ ଆଶିଷ କୁମାର ଭୋଇ, ଅଧ୍ୟାପକ ରବୀନ୍ଦ୍ର ନାଗ, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ, ଲାଇବ୍ରେରିଏନ୍‌ ସୁମନ୍ତ ବାଜପେୟୀ ଓ ସମସ୍ତ ଅଣଶିକ୍ଷକ କର୍ମଚାରୀ ଶିବିରର ସଫଳ ଆୟୋଜନ ନିମିତ୍ତ ସୁଚାରୁରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିଲେ ।

jayashree
Leave A Reply

Your email address will not be published.