ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଲୋକଙ୍କ ଭିଡ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କିଛି ଦିନ ଧରି ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଅନେକ ଜନସେବା କେନ୍ଦ୍ର, କମ୍ପୁଟର କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଅନଲାଇନରେ ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପାଇଁ ପଞ୍ଜିକରଣ ଦେୟ ମୁକ୍ତ ଥିବା ବେଳେ କିଛି ସ୍ଥାନରେ ୫୦ରୁ ୨୦୦ ଟଙ୍କା ପର୍ୟ୍ୟନ୍ତ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ନେଟୱାର୍କ ଫେଲ, ନେଟୱାର୍କ ଜାମ, ସର୍ଭର ଡାଉନ ହେତୁ ଅନଲାଇନରେ ଇ-ଶ୍ରମ ଓ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣରେ ବିଳମ୍ବ ଯୋଗୁଁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ଅନେକଙ୍କ ଆଧାର କାର୍ଡରେ ତୃଟିପୁର୍ଣ୍ଣ ହେତୁ ନିରାଶ ହେବାକୁ ପଡୁଛି, ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.

seven − 5 =