jayashree

ଭିଜିଲାନ୍ସ ଜାଲରେ ଡିଆର୍‌ପି ମ୍ୟାଡମ୍‌

ବରଗଡ, (ମୁନ୍ନା ସାହୁ) : ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବରଗଡ଼ ଡିଆଇସି ଅଫିସ ଅଧିନରେ ଡିଆର୍‌ପି ଭାବେ କାର୍ଯ୍ୟରତ ରାକ୍ଷୀ ମେହେରଙ୍କୁ ଜଣେ ହିତାଧିକାରୀଙ୍କ ଠାରୁ ୮ ଲକ୍ଷ ୬୪ ହଜାର ଟଙ୍କା ଲୋନ୍ ବାବଦର ୩୫ ଶତକଡ଼ା ସବସିଡି କରେଇ ଦେବା ନାଁ ରେ ୩୦ ହଜାର ଟଙ୍କା ଲାଞ୍ଚ ବ୍ୟାଙ୍କ ଏକାଉଣ୍ଟ ଯୋଗେ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ବରଗଡ଼ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଏଥିରେ ଗାଇସିଲେଟ ଓ ବିଜେପୁର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତିନୋଟି ଭିଜିଲାନ୍ସଟିମ୍ ସାମିଲ୍ ଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.