
- ବାଇକ ଆରୋହି ମୃତ, ଜଣେ ଗୁରୁତର
ସଇଁତଲା, (ଖୁସିରାଣୀ ସାହୁ) : ଜାତୀୟ ରାଜପଥ ୨୬ରେ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ରକ । ବାଇକ ଆରୋହି ମୃତ ଓ ଜଣେ ଗୁରୁତର । ସୂଚନା ମୁତାବକ ବଲାଙ୍ଗିରରୁ କଳାହାଣ୍ଡିକୁ ଜାତୀୟ ରାଜପଥ ୨୬ ଦେଇ ଏକ ପେଟ୍ରୋଲ ବୋଝେଇ ଟ୍ରକ ଯାଉଥିବା ବେଳେ ସଇଁତଲା ଦେଇ ଦୁଇ ଜଣ ବାଇକ ଆରୋହୀ ଗୋଟିଏ ବାଇକରେ ବସି ବଲାଙ୍ଗିର ଅଭିମୁଖେ ଯାଉଥିଲେ ତେବେ କେରମେଲି ଛକରେ ପେଟ୍ରୋଲ ବୋଝେଇ ଟ୍ରକ ଓ ବାଇକ ମୁହାମୁହିଁ ହୋଇଥିଲା । ତେବେ ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହେଇଥିଲେ । ଟ୍ୟାଙ୍କର ଗାଡ଼ିଟି ଦୁର୍ଘଟଣା ପରେ ଓଲଟି ପଡ଼ିଥିଲା । ତେବେ ଟ୍ୟାଙ୍କର ଓଲଟିଥିବାରୁ ପେଟ୍ରୋଲ ପଡ଼ୁଥିବା ନେଇ ବିପଦ ବଢ଼ି ଚାଲିଛି । ସଇଁତଲା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ସହ ଟ୍ୟାଙ୍କରକୁ ଉଠାଇବା ପାଇଁ ପ୍ରୟାସ ଚାଲିଥିବା ବେଳେ ଏବେ ଜାତୀୟ ରାଜପଥ ୨୬ରେ ଯାତାୟତ ବ୍ୟବସ୍ଥା ଠପ୍ ହୋଇଯାଇଛି । ମୃତବ୍ୟକ୍ତି ଜଣକ ବାବୁ ବେଲଗାଁର ମଳୟ ସାହୁ ବୋଲି ଜଣାପଡିଛି ।