ମୁରଲିପାଲି ଗାଁରେ ପାନୀୟ ଜଳ ସମସ୍ୟା

ଝାରସୁଗୁଡ଼ା : ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଥିବା ବେଳେ ଜଳସ୍ତର କମି କମି ଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ମୁରଲିପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁରେ ଥିବା ବୋର୍ ୱେଲ ଦୀର୍ଘ ୫ଦିନରୁ ଉର୍ଦ୍ଧ୍ୱ ହେଲା ଖରାପ ହୋଇପଡ଼ିଛି । ଫଳରେ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳର ସମସ୍ୟା ପାଲଟିଛି । ଜାଣିବାକୁ ମିଳିଛି ଯେ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଏହାସହ ସ୍ଥାନୀୟ ପୋଖରୀରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି । ଖରା ବଢ଼ି ବଢ଼ି ଚାଲିଥିବା ବେଳେ ଆଗକୁ ପିଇବା ସହ ଗାଧୋଇବା ପାଇଁ ମଧ୍ୟ ପାନୀୟ ଜଳର ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବୋର୍‌ୱେଲ୍ ମରାମତି କରିବା ସହ ପାନୀୟ ଜଳର ସୁବିଧା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

20 − 6 =

error: Content is protected !!