ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥାଏ । ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ । ପୃଥିବୀପୃଷ୍ଠର ପ୍ରାଣୀ ଓ ବୃକ୍ଷଲତାଙ୍କର ଜୀବନଧାରଣ ଜଳ ବିନା ସମ୍ଭବ ପର ନୁହେଁ । ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ମାନବ ସମାଜ ଏବେ ଧୀରେ ଧୀରେ ଜଳସଙ୍କଟ ଆଡ଼କୁ ମୁହାଁଉଛି । ଏଭଳି କ୍ଷେତ୍ରରେ ସାରା ବିଶ୍ୱର ଲୋକଙ୍କ ମଧ୍ୟରେ ଜଳର ଗୁରୁତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥାଏ । ୧୯୯୨ ମସିହାରେ ବ୍ରାଜିଲର ରିୟୋ ଡି ଜେନେରିୟୋରେ ପରିବେଶ ଓ ବିକାଶ ପ୍ରସଙ୍ଗରେ ଜାତିସଂଘ ପକ୍ଷରୁ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେଠାରେ ବିଶ୍ୱ ଜଳ ଦିବସ ପାଳନ ଲାଗି ପ୍ରସ୍ତାବ ପାରିତ ହୋଇଥିଲା । ତା’ ପରବର୍ଷ ପ୍ରଥମ ଥର ପାଇଁ ବିଶ୍ୱ ଜଳ ଦିବସ ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ଏହା ପାଳିତ ହୋଇଆସୁଛି । ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । କବିତା, କାହାଣୀ ମାଧ୍ୟମରେ ଲୋକଙ୍କୁ ବିଶ୍ୱ ଜଳ ଦିବସର ଗୁରୁତ୍ୱ ବୁଝାଇବା ଲାଗି ଉଦ୍ୟମ କରାଯାଇଥାଏ ।
Prev Post