jsm

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପର ଶୁଭାରମ୍ଭ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେରେ ମୁଖ୍ୟଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ ଭାବେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡଃ ଅଜିତ କୁମାର ନାଥ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ କୈଳାଶ ମହାରଣା, ସମାଜସେବୀ ସରୋଜ ନାୟକ, ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ କାର୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଜଳ ଛତ୍ର ପ୍ରକଳ୍ପ ପାଇଁ ବରଗଡ଼ର ଜଣାଶୁଣା ସମାଜସେବୀ ତଥା ମେହେର ମୋବାଇଲର ମୁଖ୍ୟ ରୁଷୀ ମେହେରଙ୍କ ସହଯୋଗରେ ଜଳ ଛତ୍ର କରାଯାଇଥିଲା । ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ୧୦ ଟି ଜଳ ଛତ୍ର ଖୋଲାଯିବା ପାଇଁ ସୂଚନା ପ୍ରଦାନ କଲେ ସଭାପତି ମୁକୁନ୍ଦ ଦାଶ । ପାଣି ଦେବାପାଇଁ ଜଣେ ଯୁବକକୁ ଅନୁଷ୍ଠାନ ପକ୍ଷରୁ ଦାୟିତ୍ୱ ନିର୍ବାହ କରିବା ପାଇଁ ଦିଆଗଲା । ଏହି କାର୍ୟ୍ୟକ୍ରମରେ ସମ୍ବାଦିକ ଉପେନ୍ଦ୍ର ପଣ୍ଡା ଓ ହୃସିକେଶ ଖମାରୀ ଏବଂ ଅନେକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.