ଜିଲ୍ଲାରେ କରୋନା ସ୍ଥିତି ଉପରେ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ସ୍ଥିତି ଓ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଏକ ଭିଡିଓ ମାଧ୍ୟମରେ ସୂଚନା ଜାରି କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଏଥିରେ କରୋନା ଦ୍ୱିତୀୟ ଲହର ପ୍ରତି ସତର୍କ ରହିବା, ମାସ୍କ ବ୍ୟବହାର କରିବା, ପର୍ଯ୍ୟାନୁକ୍ରମେ ଟୀକା ଗ୍ରହଣ କରିବା ସହ କଡାକଡି ଭାବେ କୋଭିଡ ନିୟମ ପାଳନ କରି ଜିଲ୍ଲା ପ୍ରଶାସନର ଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ଅପିଲ କରିଛନ୍ତି । ଜିଲ୍ଲାପାଳ ସଦ୍ୟ ପ୍ରକାଶିତ କରୋନା କଟକଣା ଉପରେ ଜିଲ୍ଲାବାସୀଙ୍କୁ ସୂଚନା ଦେବା ସହ ଜିଲ୍ଲା ପ୍ରଶାସନର ସମସ୍ତ ବ୍ୟବସ୍ଥା ବଖାଣିଛନ୍ତି । ସେ କହିଛନ୍ତି, କରୋନା ମୁକାବିଲା ପାଇଁ ପ୍ରତିଦିନ ଜିଲ୍ଲାରେ ୧୫୦୦ ପରୀକ୍ଷା କରାଯାଉଛି । ଯେଉଁଥିରେ ୫.୩% ସକ୍ରିୟ ରହିଛି । ଆଜି ସୁଦ୍ଧା ୫୩୫ ଜଣ ସକ୍ରିୟ ଥିବା ବେଳେ ୪୮୪ ଜଣ ହୋମ୍‌ ଆଇସୋଲେସନ୍‌ରେ, ଆଇସିୟୁରେ ୧୫ ଜଣ, ଲର୍କିପାଲି ସେଣ୍ଟରରେ ୧୭ ଜଣ, ସରକାରୀ ଆଇସୋଲେସନରେ ୧୯ ଅଛନ୍ତି । ସେହିପରି ୧ଲକ୍ଷ ୨୦ହଜାର ଲୋକକଙ୍କୁ ଟୀକାକରଣ କରାଯାଇଛି । ଆହୁରି ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂଖ୍ୟାକୁ ନଜରରେ ରଖି, ମେଡିକାଲ କଲେଜରେ ୩୫ ବ୍ୟାଡ ବିଶିଷ୍ଟ ଆଇସୋଲେସନ ସେଣ୍ଟରକୁ ଅପଗ୍ରେଡ୍‌ କରାଯାଇ ସେଠାରେ ୧୫ଟି ଏଚ୍‌ଡିୟୁ ବ୍ୟାଡର ବ୍ୟବସ୍ଥା କରାଯାଇଛି । ନୂଆଁ ସ୍ପେସିଆଲିଷ୍ଟ ଡାକ୍ତର ନଯୁକ୍ତ କରାଯାଇଛି । ମେଡିକାଲ କଲେଜରେ ସେଣ୍ଟ୍ରାଲ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି । ନୂତନ ଆରଟିପିସିଆର ମେସିନ ବ୍ୟବସ୍ଥା କରଯାଇଛି । ଲର୍କିପାଲି ଠାରେ ଥିବା କୋଭିଡ କେଆର ସେଣ୍ଟରରେ ୧୫୦ ବ୍ୟାଡର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର କିମ୍‌ସକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଉଛି । ସେଠାରେ ୨୦ ଆଇସିୟୁ ଏଚଡିୟୁ ଓ ୮୦ ଜେନେରାଲ ବ୍ୟାଡର ବ୍ୟବସ୍ଥା ରହିବ । ପ୍ରତ୍ୟେକ ବ୍ଲକ ତଥା ସହରାଞ୍ଚଳରେ ରେପିଡ ଏକ୍ସନ ଟିମର ବ୍ୟବସ୍ଥା କରାଯାଇଛି । ସମସ୍ତ ସବ୍‌ ସେଣ୍ଟରରେ ଅକ୍ସିଜେନ ମିଟର ଦେବା, ନୂତନ କରୋନା ଆମ୍ବୁଲାନ୍ସ, ଟୀକାକରଣ, ଆଇସୋଲେସନ ଓ ପରୀକ୍ଷା ବ୍ୟବସ୍ଥା ରହିଛି । ମେଡିକାଲ କଲେଜରେ କରୋନା ରୋଗୀଙ୍କ ଡାଇଲିସିସର ବ୍ୟବସ୍ଥା କରାଯାଇଛି । ଜିଲ୍ଲା କଣ୍ଟ୍ରୋଲ ରୁମକୁ ଆହୁରି ମଝବୁତ କରାଯଇଛି । କରୋନା ମୁକାବିଲା ପାଇଁ ସମସ୍ତ ଔଷଧ ମହଜୁଦ ରହିଛି । ତେବେ ନୂତନ କରୋନା କଟକଣା ମଧ୍ୟ ଘୋଷଣା କରାଯାଇଛି । ଏହାକୁ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ସମସ୍ତ ସ୍କୁଲ କଲେଜ ଟ୍ୟୁସନ ବନ୍ଦ ରହିବ । ହାଟରେ ସାମାଜିକ ଦୂରତା ପାଳନ କରିବାକୁ ହେବ । ଜିଲ୍ଲା ପ୍ରଶାସନ ତରଫରୁ ଏହି ସମୟରେ କିଛି ନିବେଦନ ମଧ୍ୟ ରହିଛି । ଏହି ସମୟରେ କେବଳ ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା କରାଯାଉଛି । ତେଣୁ କେବଳ ଅତ୍ୟାବଶ୍ୟକ ସ୍ଥଳେ ଡାକ୍ତରଖାନାକୁ ଆସନ୍ତୁ । ପ୍ରସାଶନ ଓ ଜନତା ଉଭୟଙ୍କ ସହଯୋଗରେ ହିଁ ଆମେ କରୋନାର ମୁକାବିଲା କରି ପାରିବେ । ଜନସାଧାରଣ ଜିଲ୍ଲା ପ୍ରଶାସନ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରଖନ୍ତୁ । ଜିଲ୍ଲା ପ୍ରଶାସନ ସବୁବେଳେ ସର୍ବୋତ୍ତମ ପ୍ରଦର୍ଶନ କରିବା ସହ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି ବୋଲି ଜିଲ୍ଲାପାଳ ଚଂଚଳ ରାଣା କହିଛନ୍ତି ।

Leave A Reply

Your email address will not be published.

20 − 4 =