jsm

ଧଣ୍ଡାମାଲ ଏବଂ ରାମଚନ୍ଦ୍ରପୁର ପଞ୍ଚାୟତରେ ପିଇବା ପାଣି ପ୍ରକଳ୍ପ ଭିତ୍ତିପ୍ରସ୍ତର ଦେଲେ ନରସିଂହ : ପ୍ରତ୍ୟେକ ଅଂଚଳରେ ପାଇପ ପାଣି, ବିଜୁଳି ଓ ରାସ୍ତା ସୁନିଶ୍ଚିତ କରାଯିବ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛ ପିଇବା ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର ଏଣୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ୍ୟୁନିସିପାଲିଟି ତଥା ବ୍ଲକ ଅଂଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପଇବା ପାଣି ଯୋଗାଇବା କାର୍ଯ୍ୟ ହାରକୁ ନିଆଯାଇଛି । ତା’ ସହିତ ପ୍ରତ୍ୟେକ ଗାଁକୁ ରାସ୍ତା ଓ ଘରକୁ ବିଜୁଳି ଲାଗିବା ମଧ୍ୟ ସୁନିଶ୍ଚିତ କରାଯିବ ବୋଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଧଣ୍ଡାମାଲ ଓ ରାମଚନ୍ଦ୍ରପୁର ପଞ୍ଚୟତରେ ପିଇବା ପାଣି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବଲାଙ୍ଗିର ବିଧୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜିଲ୍ଲା ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିନରେ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ଦ୍ୱାରା କରାଯାଇଥିବା ଏହି ଯୋଜନାରେ ଦେଓଗାଁ ବ୍ଲକର ଧଣ୍ଡାମାଲ ଓ ଅନ୍ତର୍ଡା ଠାରେ ୭୯.୬୩ ଲକ୍ଷ ଟଙ୍କା, ରାମଚନ୍ଦ୍ରପୁର ପଞ୍ଚାୟତର ପରୁଆଭାଡି ଠାରେ ୫୦.୦୯ ଲକ୍ଷ ଟଙ୍କା, ଧଣ୍ଡାମାଲ ପଞ୍ଚାୟତର ଡଙ୍ଗରପଡା ପାଇଁ ୮୮.୨୨ ଲକ୍ଷ ଏବଂ ଏହି ପଞ୍ଚାୟତର ବିଲାସପୁର ଗ୍ରାମରେ ୬୮.୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଲରେ ପ୍ରକଳ୍ପ ତିଆରି ହେବା ସୂଚନା ରହିଛି । ତେବେ ଏସବୁ ପ୍ରକଳ୍ପ ଦ୍ୱାରା ରାମଚନ୍ଦ୍ରପୁରର ପରୁଆଭାଡି, ଧଣ୍ଡାମାଲ ପଞ୍ଚାୟତର ଧଣ୍ଡାମାଲ ଡଙ୍ଗରପଡା, ଅନ୍ତର୍ଡା ଓ ବିଲାସପୁରର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ଏହି ଅବସରରରେ ଶ୍ରୀ ମିଶ୍ର ଅନ୍ତର୍ଡା ଗ୍ରାମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ନିର୍ମିତ ଏକ ଏସ୍‌ଏଚ୍‌ଜି ଗୃହର ଭିତ୍ତିପ୍ରସ୍ତର ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିପିନ ଦାଶ, ଉପ ନିର୍ବାହୀ ଯନ୍ତ୍ରୀ ପିକେ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତ, ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ, ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗ, କନିଷ୍ଠ ଯନ୍ତ୍ରୀ ପ୍ରଭାତ ରଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂକିର୍ତନ ବାଗ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ସେବାଦଳ ମୁଖ୍ୟ ଅସିତ ମିଶ୍ର, ପୁର୍ବତନ ଚେଆରମ୍ୟାନ କୈଳାସ ତାଣ୍ଡି, ପପ୍ପୁ ପାତ୍ର, ନରସିଂହ ବେହେରା, ବନମାଲି ବେହେରା, ହରିଶ୍ଚନ୍ଦ୍ର ଦାଶ, ପ୍ରଦ୍ୟୁମ୍ନ ସାହୁ, ଲିଟନ ହୋତା, ପିଣ୍ଟୁ ପୋଢ, ପାଳନସେନ ଭୋଇ, ହିମାଂଶୁ ମହାକୁର, ବୈଷ୍ନବ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.