pakka

ସଇଁତଲା ସହରରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଦାବୀପତ୍ର

bbehera
  • ୨୦ରେ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କ ଆନ୍ଦୋଳନ ଚେତାବନୀ
  • ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ଜନସାଧାରଣ ହଇରାଣ ହରକତ ହେବା ସହ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏ ସମସ୍ୟାକୁ ନେଇ ଶୁକ୍ରବାର ସରପଞ୍ଚ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ ଏକତ୍ରିତ ହୋଇ ଏକ ଗଭୀର କୂଅ ଖନନ ଓ ସହରକୁ ନୂତନ ପାଇପ ବିଛାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉ ବୋଲି ଦାବୀ ନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ୨୦ ତାରିଖ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପଞ୍ଚାୟତ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ସଇଁତଲା ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛି । ଏହି ସହରରେ ଦୀର୍ଘ ବର୍ଷ ହେବ ଲାନ୍ଥନଦୀ କୂଳରୁ ସହର ପାନୀୟ ଜଳ ଯୋଗାଣ ହେଉଥିଲା । ଏକ ପାନୀୟ ଜଳ ଯୋଗାଣ ପାଇଁ ଏକ କୂଅ ନିର୍ମାଣ ହୋଇଥିଲା । ବର୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ କୂଅରୁ ପାଣି ସୁଖୀ ଯାଉଥିବାରୁ ଲୋକେ ଗାଧେଇବାର ତ ଦୂର କଥା ପିଇବା ପାଇଁ ମିଳୁନାହିଁ । ଯାହା ଫଳରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏପରିକି ଏହି ଲାନ୍ଥ ନଦୀରୁ ସହରକୁ ପାଇପ ଯୋଗେ ପାଣି ଆସୁଥିବା ବେଳେ ରାସ୍ତାଘାଟରେ ପାଇପ ଫାଟି ଆଁ କରି ପାଣି ରାସ୍ତାରେ ଗଡୁଛି । ଏହି ସମସ୍ୟା ନେଇ ସଇଁତଲା ଜଳ ଓ ପରିମଳ ବିଭାଗରୁ ଆରମ୍ଭ କରି ଜିଲ୍ଲା ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ସେହିପରି କଅସରପଡାରେ ଥିବା ଓଭର ଟେଙ୍କ ନିର୍ମାଣର ୨ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିରେ ଜଳ ଓ ପରିମଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଓ ଲୋକ ପ୍ରତିନିଧି ମାନଙ୍କ ଅବହେଳା ଯୋଗୁଁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ଶୁକ୍ରବାର ଦିନ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ନାଏକ ସରପଞ୍ଚ ନିରୁପମା ମାଝୀ, ମେମ୍ବର ଉମାକାନ୍ତ ଭୋଇ, ସୁନୀଲ ସେଠ, ବିକ୍ରମ ସା, ରମାକାନ୍ତ ପରାଭୂଏ, ରଶ୍ମି ରଞ୍ଜନ ସିଂ ଭୋଇ, କଲ୍ୟାଣ ପୃଷେଠ, ଜସ୍ମିନ ଜାଲ, ପଦ୍ମାବତୀ ମାଝୀ, ଲଳିତା ଦଣ୍ଡସେନା, କାଞ୍ଚନ ପୁଟା ପ୍ରମୁଖ ଉପସ୍ଥିତ ରହି ପାନୀୟ ଜଳ ଯୋଗାଣ ପାଇଁ ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ବିଛାଇବାର ବ୍ୟବସ୍ଥା ଶୀଘ୍ର କରାଯାଉ ବୋଲି ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ୨୦ ତାରିଖ ଦିନ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀମାନଙ୍କ ମିଳିତରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ପଚାରିବାରୁ ଜଳ ସମସ୍ୟା ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

seventeen − six =