pakka

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନେ ହେଲେ ଫିରିଙ୍ଗିଆ ଥାନା ରତଙ୍ଗ ପଂଚାୟତ ସେସ୍କାଯୋଡି ଗ୍ରାମର ଶଙ୍କର ଦିଗାଲ ଓ ମାଣିଯୋଡା ଗ୍ରାମର ଗୁରୁଦେବ ମଲିକ । ସୂଚନା ଅନୁଯାୟୀ ଶଙ୍କର ଓ ଗୁରୁଦେବ କୌଣସି କାର୍ଯ୍ୟରେ ଏକ ବାଇକ(ନଂ ଓଆର ୦୨ ବିକ୍ୟୂ ୮୮୬୮)ରେ ଫୁଲବାଣୀ ଆଡକୁ ଆସୁଥିବା ବେଳେ କୁମୁରିଗୁଡା ପୋଲ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ବାଡେଇ ହୋଇଯାଇଥିଲା । ଉଭୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଫିରିଙ୍ଗିଆରୁ ଫେରୁଥିବା ଗୋଚ୍ଛାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ପ୍ରଶାନ୍ତ କୁାମର ସାହୁ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଫୁଲବାଣୀରୁ ଆମ୍ବୁଲାନସ ଆସି ଆହତ ମାନଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଦୁଇ ଜଣଙ୍କ ମଧ୍ୟରୁ ବାଇକ ଚାଳକ ଗୁରୁଦେବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଶଙ୍କର ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି । ସଦର ଥାନାକୁ ଖବର ଦିଆଯିବାରେ ଏସ୍‌ଆଇ ଯୁଗଳ କିଶୋର ନାୟକ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିିକୁ ଜବତ କରିଛନ୍ତି ।

jay balangir
Leave A Reply

Your email address will not be published.

four × four =