pakka

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲାର ସର୍ବ ପୁରାତନ କଲେଜ, ‘ରାଉରକେଲା କଲେଜ-ରାଉରକେଲା’ ଏବଂ ‘ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ରାଉରକେଲା’ର ୩୬୦ ଡିଗ୍ରୀ ବିକାଶ ନିମିତ୍ତ ବିଗତ ବର୍ଷ ନଭେମ୍ବର ମାସରେ ଏକ ପ୍ରବନ୍ଧକ ମଣ୍ଡଳ (ଗଭର୍ଣ୍ଣିଙ୍ଗ ବଡ଼ି)କୁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଥିଲେ, ଯାହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଦ୍ବାରା ଆହୂତ ଏହି ବୈଠକରେ ପ୍ରବନ୍ଧକ ମଣ୍ଡଳର ସଭାପତି ସୁନାମଧନ୍ୟ ଶିକ୍ଷାବିତ୍, ନୀଳଶୈଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ନନ୍ଦ ସମେତ ମଣ୍ଡଳ ସଦସ୍ୟା ପ୍ରାଧ୍ୟାପିକା ତପସ୍ବିନୀ ମିଶ୍ର, ପ୍ରାଧ୍ୟାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା ଉପସ୍ଥିତ ଥିଲେ । ପ୍ରବନ୍ଧକ ମଣ୍ଡଳର ଏହି ବୈଠକରେ କଲେଜର ଭୂୟୋବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଶଦ ଚର୍ଚା-ଆଲୋଚନା ହୋଇଥିଲା । ସଭାପତି ଡଃ ନନ୍ଦ, ଏନ୍‌ଏଏସି(ନାକ୍) ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ଲାଇବ୍ରେରୀ ଅଟୋମେସନ୍‌, କଲେଜ ବଗିଚାର ସୌନ୍ଦର୍ଯ୍ୟିକରଣ ଇତ୍ୟାଦି ଉପରେ ଗୁରୁତ୍ବାରୋପ କରିଥିଲେ । ଏତଦ୍ ବ୍ୟତୀତ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କଲେଜର ୩ୟ ଶ୍ରେଣୀ, ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଅଭାବରେ କଲେଜ କାର୍ୟ୍ୟରେ ଉପୁଜୁଥିବା ବାଧା, ଲ୍ୟାଣ୍ଡ, ବିଲଡିଙ୍ଗ ତଥା ଫି ଷ୍ଟ୍ରକଚର ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରାଇଥିଲେ । ବୈଠକକୁ ସାଫଲ୍ୟମଣ୍ଡିତ କରାଇବା ପାଇଁ କଲେଜର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ । ବୈଠକରେ ଉପସ୍ଥିତ ସମସ୍ତ ବରେଣ୍ୟ ସଦସ୍ୟ-ସଦସ୍ୟାଙ୍କର ପରିଚୟ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

14 − 9 =