pakka

ଝିଅ ବାହାଘର ଚାଲିଥିବା ବେଳେ ବଳି ପଡ଼ିଲେ ମା’

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି (୪୪) । ହତ୍ୟାକାଣ୍ଡରେ ତାଙ୍କ ୨ଜଣ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଚାଲିଛି ।
ସୂଚନାନୁଯାୟୀ, ମୃତକଙ୍କ ଝିଅ ବାହାଘର ପାଇଁ ବରଯାତ୍ରୀ ଆସିଥିଲେ । ବରଯାତ୍ରୀ ଶୋଭାଯାତ୍ରା ମଧ୍ୟ ଚାଲିଥିଲା । ଏହି ସମୟରେ ମୃତ ମହିଳା ଏବଂ ତାଙ୍କର ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପର୍କୀୟ ଜଣକ ଏକ ବାରିସିରେ ଆକ୍ରମଣ କରି କିଶୋରୀଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ମେଲଚ୍ଛାମୁଣ୍ଡା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ଏ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

one × 1 =