ସଂସ୍କାର ନୈତିକତା, ନିଶାମୁକ୍ତି ଓ ସଦ୍‌ଭାବନା ଦେଶକୁ ବିକଶିତ କରିବ : ଜୈନ ମୁନି ଜିନେଶ କୁମାରଜୀ

  • ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀ
    ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନରେ ଜୈନ ମୁନିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁନି ଜିନେଶ କୁମାରଜୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ଜୈନ ମୁନି ମାନଂକ ପଦଯାତ୍ରା ଜୀବନର ବ୍ରତ ହେବା ସହ ସାଧୁଚର୍ୟ୍ୟର ଅଭିନ୍ନ ଅଙ୍ଗ ଅଟେ । ଜୈନ ମୁନି ମାନଂକ ପାଖରେ କୌଣସି ବ୍ୟାଙ୍କ ବାଲାନ୍ସ କିମ୍ବା ଘର ନଥିବା କହିଛନ୍ତି । ବର୍ତ୍ତମାନ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶରେ ସେ ଓ ତାଙ୍କ ଦୁଇ ଶିଷ୍ୟ କଲାହାଣ୍ଡି ଜିଲ୍ଲା କେସିଙ୍ଗାରେ ୪ ମାସ ବାସ କରିବେ । ୮ ମାସ କାଳ ବିଭିନ୍ନ ସ୍ଥାନ ବିଚରଣ କରିଥାନ୍ତି । ବର୍ଷା ମାସରେ ହିଂସାକୁ ଏଡ଼ାଇବା ପାଇଁ ଗୋଟିଏ ସ୍ଥାନରେ ରହି ଜନମାନସକୁ ପ୍ରବଚନ ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଥିବା କହିଛନ୍ତି । ସେମାନେ ଯେଉଁଠାରେ ଗଲେ ମଧ୍ୟ ନିଜ ସାଧନାକୁ ଭୁଲି ନ ଯାଇ ସମାଜ ଓ ଜୀବନର ବିକାଶ ପାଇଁ କାର୍ଯ୍ୟ କରିଥାନ୍ତି । ଅହିଂଶା, ସଂଯମ, ସମବେଦନା, ସନ୍ତୋଷ, ସଦାଚାର, ସହିଷ୍ଣୁତା ଆଦି ଧର୍ମର ଅଙ୍ଗ ବୋଲି କହିଛନ୍ତି । ଧନ, ମାନସିକ ଯନ୍ତ୍ରଣା, ସତ୍ତାର ନିଶା, ନିଶା ସେବନ, ଇର୍ଷା, ଶତ୍ରୁତା ଆଦିରୁ ହିଂଶା ଜନ୍ମ ନେଇଥାଏ । ସେଥିପାଇଁ ଅହିଂସା ରୂପୀ ଶସ୍ତ୍ରରେ ହିଂସାକୁ ହରାଇବା ଆବଶ୍ୟକତା ରହିଥିବା କହିଛନ୍ତି । ଯେଉଁ ବ୍ୟକ୍ତି ଠକାମି କରେ ସେ ଭଷ୍ଟାଚାରକୁ ପ୍ରୋତ୍ସାହନ ଦେଇଥାଏ । ଠକୁଥିବା ବ୍ୟକ୍ତି କେବେ ମଧ୍ୟ ଦୁଃଖରୁ ମୁକ୍ତି ପାଇ ନଥାଏ । ଆଚାର୍ଯ୍ୟ ତୁଲସୀ ଏବଂ ଆଚାର୍ଯ୍ୟ ମହାପ୍ରଜ୍ଞଙ୍କ ଜୀବନ ବିଜ୍ଞାନ ସମଗ୍ର ସମାଜ ପ୍ରତି ଏକ ବିରାଟ ଅବଦାନ ରହିଛି । ଛୋଟ ଛୋଟ ନିୟମକୁ ଅନୁସରଣ କଲେ ବ୍ୟକ୍ତି ମହାନତା ପ୍ରାପ୍ତ କରିଥାଏ ବୋଲି ମୁନିଶ୍ରୀ କହିଥିଲେ । ପ୍ରାଚୀନରେ ଭାରତକୁ ସୁନାର ପକ୍ଷୀ ବୋଲି କୁହାଯାଉଥିଲା । ଏହି ସଜ୍ଞାକୁ ଫେରିବାକୁ ହେଲେ ଉପରୋକ୍ତ ନୀତି ଆଦର୍ଶକୁ ଅନୁସରଣ କରିବା ନିହାତି ଆବଶ୍ୟକ ବୋଲି କହି ସମ୍ପ୍ରଦାୟର ଉର୍ଦ୍ଧକୁ ଯାଇ ଚରିତ୍ର ନିର୍ମାଣ, ନୈତିକ ମୂଲ୍ୟବୋଧର ବିକାଶ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଶେଷକରି ସେ ସାମ୍ବାଦିକଙ୍କୁ କହିଲେ ଯେ, ନିଜ ମଧ୍ୟରେ ଉଦାର ମନୋଭାବ ରଖିବା ଉଚିତ । ଲୋକତନ୍ତ୍ର ଚାରି ଗୋଟି ସ୍ତମ୍ଭ ମଧ୍ୟରେ ସାମ୍ବାଦିକତା ଏକ ଅନ୍ୟତମ ସ୍ତମ୍ଭ । ଏଣୁ ଲୋଭର ବଶବର୍ତ୍ତୀ ନହୋଇ ନିକ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିଲେ ସାମ୍ବାଦିକ ସମାଜର ବିକାଶରେ ସହାୟକ ହୋଇ ପାରିବ ବୋଲି ମତ ଦେଇଥିଲେ । ଏହି ଅବସରରେ ମୁନି କୃଣାଳ କୁମାରଜୀ, ତେରାପନ୍ଥ ସଭାଦ୍ୟକ୍ଷ ସୁରେନ୍ଦ୍ର ଜୈନ, ଉପଦେଷ୍ଠା ପ୍ରେମଚନ୍ଦ ଜୈନ, ସଭାପତି ମନୋଜ ଜୈନ, ବାବୁଲାଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ନୈତିକତାର ମୂଲ୍ୟବୋଧ, ନିଶାମୁକ୍ତି, ସଦ୍‌ଭାବନା, ଅଣୁବ୍ରତ, ସହିଷ୍ଣୁତା ଓ ବିକଶିତ ହେଲେ ମଣିଷ ତଥା ଦେଶର ବିକାଶ ହେବ ବୋଲି ଜୈନ ତେରାପନ୍ଥି ଧର୍ମସଂଘର ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ଶିଷ୍ୟ ମୁନି ଜିନେଶ କୁମାରଜୀ ଓ ମୁନି ପରମାନନ୍ଦଜୀ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।
Leave A Reply

Your email address will not be published.

19 + 7 =