ମାଡପିଟ୍‌ ମାମଲାରେ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୭ ଜଣ ଗଲେ ଜେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ପୁରେନା ଛକରେ ଜଣେ ସମାଜସେବୀ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ବରତୁଣ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀତା ସୁନାଙ୍କ ସ୍ବାମୀ ଗୋବିନ୍ଦ ସୁନାଙ୍କ ସମେତ ୭ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି କୋର୍ଟରେ ଜାମିନ ନାମଞ୍ଜୁରେ ହେବାରୁ ପୋଲିସ ସମସ୍ତଙ୍କୁ ଜେଲକୁ ପଠାଇଥିବା ସୂଚନା ମିଳିଛି । ଘଟଣାରୁ ଜଣାଯାଇଛି ଯେ, ଦୁର୍ୟ୍ୟୋଧନ ପୁଟା ବରତୁଣ୍ତା ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ଆସିଥିବା ଲକ୍ଷଲକ୍ଷ ଟଙ୍କା ବିନା କାମରେ ବିଲ କରାଯାଇଥିବା ଦର୍ଶାଇ ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଶ୍ରୀ ପୁଟାଙ୍କ ଅଭିଯୋଗକୁ ଆଧାର କରି ବରଗଡ ପିଡି, ଡିଆରଡିଏଙ୍କ କାର୍ଯ୍ୟାଳୟରୁ ତଦନ୍ତ ଚାଲିଛି । ଗତକାଲି ସଂନ୍ଧ୍ୟାରେ ନୃସିଂହନାଥ ମନ୍ଦିର ବୈଶାଖ ମେଳା ଜାଗା ବଣ୍ଟନ କାର୍ଯ୍ୟ ସାରି ଶ୍ରୀ ପୁଟା ନିଜ ଘର ଖପୁରିଡିହୀ ଗ୍ରାମକୁ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ପୁରେନା ଛକରେ ଆଗରୁ ଜଗିରହି ଥିବା ଗୋବିନ୍ଦ ସୁନା ଓ ଅନ୍ୟମାନେ ଶ୍ରୀ ପୁଟାକୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ନୃସିଂହନାଥ ବଜାର କମିଟିର ୯ ହଜାର ୨ ଶହ ଟଙ୍କା ମଧ୍ୟ ପକେଟରୁ ଛଡେଇ ନେଇଥିବା ଅଭିଯୋଗ ହୋଇଛି । ଶ୍ରୀ ପୁଟା ପାଇକମାଲ ଥାନାକୁ ଆସି ଏ ସମ୍ବନ୍ଧରେ ରିପୋର୍ଟ ଦେବା ପରେ ପାଇକମାଲ ଥାନା ଆଇଆଇସି ବିଶ୍ଵଜିତ ମନବୋଧ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖିଲେ । ଶ୍ରୀ ପୁଟାଙ୍କ ରିପୋର୍ଟ ଆଧାରରେ ଥାନା କେସ ନମ୍ବର ୮୯ / ୨୨ ଏଫ୍‌ଆଇଆର୍‌ ଜର୍ଜ କରି ଦଫା ୩୪୧, ୨୯୪, ୩୨୩, ୩୭୯, ୩୦୭, ୫୦୬, ୩୪/ ପିସି, ଏସିସି/ ଏସ୍‌ଟି ମୋକଦ୍ଦମା ରୁଜୁ କରି ଆଜି ପାଇକମାଲ ପୋଲିସ ଅଭିଯୁକ୍ତ ଗୋବିନ୍ଦ ସୁନା, ଉମେଶ ଧରୁଆ, ଗିତେଶ୍ୱର ପଟେଲ, ତ୍ରିନାଥ ମଲ୍ଲିକ, ରଣଜିତ ପୋଡ, ରବି ପୋଡଙ୍କୁ ପଦ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଇ ଥିଲେ । କୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିବା ପରେ ସମସ୍ତେ ଏବେ ପଦ୍ମପୁର ଜେଲରେ ଅଟକ ଥିବା ଜଣାପଡିଛି ।

Leave A Reply

Your email address will not be published.

twenty − 2 =