pakka

ଗଇଁତଲା ଗ୍ରାମରେ ଜଗନ୍ନାଥ ନବ ବିଗ୍ରହ ପ୍ରତିଷ୍ଠା ଯଜ୍ଞ ୨୪ ପ୍ରହରୀ ନାମ ସଂକିର୍ତ୍ତନ ଅନୁଷ୍ଠିତ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଗଇଁନ୍ତଲା ଗ୍ରାମରେ ଗତ ତିନି ମଇ ୨୦୨୨ ତାରିଖ ଠାରୁ ସାତ ତାରିଖ ଯାଏ ଗ୍ରାମରେ ବିଜେ ପ୍ରଭୂ ଜଗନ୍ନାଥଙ୍କ ବିଗ୍ରହ ପରିବର୍ତନ ଉପଲକ୍ଷେ ଯଜ୍ଞ ତଥା ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତ୍ରିଦିବସୀୟ ଯଜ୍ଞର କର୍ତ୍ତା ଭାବରେ ବୃନ୍ଦାବନ ପଟେଲ ଓ ପତ୍ନୀ ସୁଦେଷ୍ଣା ପଟେଲ କର୍ତା ଭାବରେ କାର୍ଯ୍ୟ ତୁଳାଇ ଥିବା ବେଳେ ୨୪ ପ୍ରହରୀ ନାମ ଯଜ୍ଞର କର୍ତା ଥିଲେ ଦୀପକ ରାଉତ ଓ ତାଙ୍କ ପତ୍ନୀ ସୁସ୍ମିତା ପଟେଲ କର୍ତ୍ତା ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ଯଜ୍ଞର ବେଦମନ୍ତ୍ର ତଥା ନାମ ଯଜ୍ଞର ହରି ଧ୍ବନିରେ ଗଗନ ପବନ ମୁଖରିତ ହେଉଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରୁଥିଲେ ଓ ସେମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଗ୍ରାମର ସମସ୍ତେ ଅକୁଣ୍ଠ ଅର୍ଥ, ଶ୍ରମ ଓ ଦାୟିତ୍ୱ ନିର୍ବାହ କରି କାର୍ଯ୍ୟକ୍ରମଟିକୁ ସବୁମନ୍ତେ ସଫଳ କରିଥିଲେ । ଏହି ଗାଁଟି ଶିକ୍ଷା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ନାଆଁ କରା ଗାଁ ‌ଭାବରେ ସୁଖ୍ୟାତି ଅର୍ଜନ କରିଛି । ଏହା ଏକ ପ୍ରାଚୀନ ଐତିହାସିକ ଗାଁ ଓ ପାଟଣା ମହାରାଣୀଙ୍କ ସିନ୍ଦୂର ଟିକା ଗାଁ ଅଟେ ।

pp
Leave A Reply

Your email address will not be published.

19 − one =