csstore

ମୁରିବାହାଲ ଗାଁରେ ମହାଶିବରାତ୍ରି ଜାଗର ଯାତ୍ରା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ମୁରିବାହାଲ ଗାଁରେ ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଜାଗର ବେଢ଼ା ମୁରିବାହାଲ ସ୍ଥିତି ଧୁବଲେଶ୍ୱର ମହାଦେବ ମନ୍ଦିର ଠାରେ ଭକ୍ତମାନେ ମହାଦେବଙ୍କୁ ପୂଜା କରିବା ପାଇଁ ଲମ୍ବା ଧାଢି ରେ ଠିଆ ହୋଇ ପ୍ରତୀକ୍ଷା କରିଥିଲେ । ଭକ୍ତମାନେ ମହାଦେବଙ୍କୁ ଜଳ ଅର୍ପଣ କରି ଫୁଲ, ଚନ୍ଦନ, ଓ ଧୂପ ଦୀପ ପ୍ରଦାନ କରିବା ସହ ଅନ୍ନ ପ୍ରସାଦ ଗ୍ରହଣ କରି ଆନନ୍ଦିତ ହୋଇଥିଲେ । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ପୂର୍ବ ପ୍ରସ୍ତୁତି ବୈଠକ ହୋଇଥିଲା । ଉକ୍ତ ବୈଠକରେ ମୁରିବାହାଲ ଗାଁର ଦୁଷ୍ମନ୍ତ ମାଝୀ, ରିଙ୍କି ମାଝୀ, ସେବକ ଭକ୍ତ ହଂସ ମହାଦେବଙ୍କ ପ୍ରତି ଭୂମି ଦାନ କରିଛନ୍ତି । ଲୁଦ୍ରଦୀପ, କଜ୍ୟା ଦୀପ ସହଯୋଗ କମିଟି ମକରଧ୍ୱଜ ମାଝୀ, ଚିତ୍ରୁ ମାଝୀ, ଗୋମତୀ, ସେବତୀ, ଖଗେଶ୍ୱର ଭୋଇ, ଯୋଗୀନ୍ ହଂସ, ଚୁଲୁମନି ହଂସ, କ୍ଷେତ୍ର ହଂସ, ରତନ ଜଗତ, ଶଙ୍କର ତାଣ୍ଡି, କୃଆସିନ୍ଧୁ ହଂସ, ମେମର ମାଝୀ, ଛବିଳ ମାଝୀ, କୁବେର ନାଗ, ଭିକ ନାଗ ହରି ପୁଞ୍ଜି, ପୁରନ୍ଦର ହଂସ, ଭିମ୍ ରାଜ ବାଗ, ଗଣ୍ଡାରାମ୍ ହଂସ, ମକୁନ୍ଦ ଦୀପ, ଦୀପକ ଦୀପ, ରାମନାଥ ହଂସ, କେଶରୀ ବାଗ, ପଦ୍ରି ସଗ୍ରିଆ, କାଲିଆ ମାଝୀ, ପିତାମ୍ବର ଦୀପ ଉପସ୍ଥିତ ଥିଲେ । ଏହି ମହାଶିବରାତ୍ରି ବେଢ଼ାରେ ଗ୍ରାମର ସମସ୍ତ ଲୋକେ ସରକାରଙ୍କୁ ଯେ, ଶିବ ମନ୍ଦିର ନିର୍ମାଣ ସହ ନଳକୂଅ ପାଇଁ ଅନୁରୋଧ ମଧ୍ୟ କରିଥିଲେ ।

jayashree
Leave A Reply

Your email address will not be published.