pakka

ବଣରୁ ନରକଙ୍କାଳ ଜବତ

bbehera

ଭଦ୍ରକ : ରାସ୍ତା କଡ ବଣରୁ ନରକଙ୍କାଳ ଜବତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣରୁ ନରକଙ୍କାଳ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ କିଛି ଲୋକ ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣକୁ ସଫା କରୁଥିବା ବେଳେ ସେଠାରେ ମଣିଷର ନରକଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନରକଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ନରକଙ୍କାଳ, ଗୋଟିଏ ବ୍ୟାଗ୍, ପ୍ୟାଣ୍ଟ-ସାର୍ଟ ଓ ଚପଲ ଉଦ୍ଧାର କରିଛି । ନରକଙ୍କାଳ ପଡିଥିବା ସ୍ଥାନ ନିକଟରେ ଗଛରେ ଏକ ଦଉଡି ଲାଗିଥିବା ଦେଖିବାକୁ ମିଳିଥିଲା । ପୁରୁଣା ବଜାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

five × 4 =

error: Content is protected !!