om academy

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

jsm

ଭୁବନ : ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ମୃତକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗ୍ରାମର ସଞ୍ଜୟ ପାଣିଗ୍ରାହୀ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସଞ୍ଜୟ ଯାଜପୁର ଜିଲ୍ଲା କଳିଙ୍ଗ ନଗର ସ୍ଥିତ ଟାଟା ପ୍ଲାଣ୍ଟର ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରନ୍ତି । ତେବେ ସଞ୍ଜୟ ପ୍ରତିଦିନ ବଡି ଭୋର ସମୟରୁ ଏକ ସାଇକେଲ ଯୋଗେ କାମକୁ ଯାଉଥିଲେ । ଜାତୀୟ ରାଜପଥ ୫୩ ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୟଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଭୁବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.