pakka

ବାଲି ବୋଝେଇ ୩ ଟ୍ରାକ୍ଟର ଜବତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ତହସିଲ ନୁନହାଡ଼ ଗାଁର ଲାନ୍ଥ ନଦୀରୁ ବେଆଇନ ଭାବେ ବାଲି ଚୋରା ଚଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟର ଜବତ ହୋଇଛି । ସେମାନେ ବେଆଇନ ଭାବେ ବାଲି ଚୋରା ଚଲାଣ ସହ ସଠିକ୍‌ କାଗଜ ପତ୍ର ଦେଖାଇ ନପାରିବାରୁ ସେମାନଙ୍କ ବେଲପଡା ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ସେମାନଙ୍କଠାରୁ ଫାଇନ ଓ ରୋଏଲ୍‌ଟି ବାବଦକୁ ୧୦ହଜାର ଏକଶହ ୫ ଅନୁସାରେ ତିନି ଟ୍ରାକ୍ଟର ଠାରୁ ୩୦ ହଜାର ୩ ଶହ ୧୫ଟଙ୍କା ରସିଦ କଟାଯାଇଥିବା ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । ଜବତ ଟ୍ରାକ୍ଟର ମାଲିକ ନୁନହାଡ଼ ଗାଁର ଦେବ ସାହୁ ଓ ଅନ୍ୟମାନେ ବୋଲି ଜଣାପଡୁଛି । ଦୀର୍ଘ ଦିନରୁ ଏମାନେ ବେଆଇନ ବାଲି ଚୋରା ଚଲାଣ କରୁଥିବା ବେଳେ ଖବର ପାଇ ବେଲପଡା ଅତିରିକ୍ତ ତହସିଲଦାର ଓ ସୁଲେକେଲା ଆର୍‌ଆଇ ଗୁଲାପ କୁମ୍ଭାର ଅତର୍କିତ ଭାବେ ଚଢ଼ାଉ କରି ଟ୍ରାକ୍ଟରକୁ ଜବତ କରି କାର୍ଯ୍ରଳୟ ଆଣିଥିଲେ ।

Leave A Reply

Your email address will not be published.

three × four =