pakka

ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍‌ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ବଲାଙ୍ଗିରଠାରେ ଏକ ତାଲିମ ଶିଶୁମାନଙ୍କ ବୁଦ୍ଧିର ବିକାଶ କରିବାକୁ ପ୍ରଶୟ ଦେବା ବା ଯତ୍ନ ନେବା ଯଥା ଫୋଷ୍ଟର କେୟାର ଉପରେ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସନ୍ଥଲାଳ ଦୀପ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ତାଲିମ ଶିବିରକୁ ଉଦ୍‌ଘାଟନ କରିଥିଲେ । ତାଲିମ ଶିବିରରେ ସିଆରଏସ୍‌ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ଶିଶୁ ସୁରକ୍ଷା ସମୂହ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହ ସିଟିଡବ୍ଲୁ ଡବ୍ଲୁସି ପ୍ରକଳ୍ପର ଉଦ୍ଦେଶ୍ୟ ଉପରେ ଜଣାଇଥିଲେ । ପ୍ରତିପାଳନ ଯତ୍ନ ପାଇଁ ଶିଶୁ ଚିହ୍ନଟ, ପରିବାର ଚିହ୍ନଟ ଉପରେ ସଂକ୍ଷେପରେ ଶିଶୁ ମଙ୍ଗଳ ସମିତିର ଡ. ଗୋଦାବରିଶ ରଥ, ବିରଞ୍ଚି ବହିଦାର, ନନ୍ଦି କିଶୋର ଷାଣ୍ଢ, ସୁନିତା ତ୍ରିପାଠୀ ଉପସ୍ଥାପନ କରିଥିଲେ । ତାଲିମଦାତା ଭାବେ ଅଣଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଶିଶୁଙ୍କର ପ୍ରତିପାଳନ ଯତ୍ନ ପାଇଁ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଚିହ୍ନଟ କରାଯାଇ ଶିଶୁ ମଙ୍ଗଳ ସମିତିର ମଞ୍ଜୁରୀ ସକାଶେ ଉପସ୍ଥାପନର ପ୍ରକ୍ରିୟା ଓ କିଶୋର ନ୍ୟାୟ ଆଇନ ଉପରେ ଆଲୋକପାତ କରିଥିଲେ । ସେହିପରି ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା ଆଗ୍ରହୀ ଉପଯୁକ୍ତ ପ୍ରତିପାଳନ ଯତ୍ନ ପିତାମାତା ଚିହ୍ନଟିକରଣ ଉପଯୁକ୍ତ ପରିବାର ଉପରେ ଜଣାଇଥିଲେ । ଏହି ଅବସରରେ ଏଲପିଓ ଦିଗାମ୍ବର କର ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ୱାସିଡିଏ, ୱାଲଭିଜନ, ପିଏପି, କଲ୍ୟାଣ, ଆଧାର, ୱାଏସସିର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ୟୁନିଟର ଅରୁଣ କୁମାର ଖୁଆସ, ଶେଷଦେବ ମହାକୁର, ସୁଦାମ ସୁନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପରିଶେଷରେ ପାର୍ବତୀଗିରି ବାଳ ନିକେତେନର ଇପସିତା ପୁରୋହିତ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.

five × three =