pakka

ଗାନ୍ଧିଜୀ କ୍ଲବର ନିର୍ବାଚନ

bbehera

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଗାନ୍ଧୀନଗରସ୍ଥ ଗାନ୍ଧିଜୀ କ୍ଲବର ପୂର୍ବତନ ସଭାପତି ଶିବ ପ୍ରସାଦ ଦତ୍ତଙ୍କ ସଭାପତିତ୍ୱରେ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଟିକେଶ୍ୱର ଗୁରୁ ଏବଂ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର କ୍ଲବର ଇତିହାସ ତଥା ଆଗକୁ କ୍ଲବ ସଦସ୍ୟଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଉଦ୍‌ବୋଧନ ଦେଇଥିଲେ । ନୂତନ ସଭାପତି ଭାବରେ ରାମଚନ୍ଦ୍ର ପୁରୋହିତ, ସମ୍ପାଦକ ରୂପେ କିଶୋର ମୋହନ ମିଶ୍ର, ଉପସଭାପତି ଅଶୋକ ସାହୁ, ସହସଂପାଦକ ସରୋଜ କୁମାର ଚୋପଦାର, କୋଷାଧ୍ୟକ୍ଷ ବଳଦେବ ଦାଶ ଏବଂ ସହକୋଷାଧ୍ୟକ୍ଷ କିଶୋର କୁମାର ଦଣ୍ଡସେନା ନିର୍ବାଚିତ ହୋଇଛନ୍ତି । ଏତଦ୍‌ ବ୍ୟତିତ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର, ଶାନ୍ତନୁ ମିଶ୍ର, ଶିବ ପ୍ରସାଦ ଦତ୍ତ, ପ୍ରଭାକର ମିଶ୍ର, ଉମାକାନ୍ତ ସାହୁ ମନୋନୀତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା କମିଟି ସଭ୍ୟ ରୂପେ କପିଳେଶ୍ୱର ଖମାରୀ, ରଜନିକାନ୍ତ ମିଶ୍ର, ନରେନ୍ଦ୍ର ନାଥ ମିଶ୍ର ଏବଂ ପ୍ରଦୀପ ଅଗ୍ରୱାଲା ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରଦୀପ ବେହେରା, ଆନନ୍ଦ ବଗର୍ତ୍ତି, ପ୍ରଦୀପ ମହାପାତ୍ର, ସୂର୍ଯ୍ୟକାନ୍ତ ମେହେର, ଭୂଜ ସେଲମା, ବିଜୁ ସା, ପ୍ରମୋଦ ମହାପାତ୍ର, ପ୍ରଶାନ୍ତ ସେଠ, ଅବିନାଶ ଦାନୀ ଏବଂ ସୁଭେନ୍ଦୁ ସାହୁ ମନୋନୀତ ହୋଇଛନ୍ତି । ଉପରୋକ୍ତ ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିବାର ଦୁଇ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ଦାୟିତ୍ୱ ତୁଲାଇବେ । ନରେନ୍ଦ୍ରନାଥ ମିଶ୍ର ଏବଂ ପ୍ରଭାକର ମିଶ୍ର ନିର୍ବାଚନ ପରିଚାଳନା କରିଥିବା ବେଳେ କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − 6 =