csstore

ସଇଁତଲା ବନ ବିଭାଗର ବଡ଼ ସଫଳତା : ଚଢ଼ାଉରେ ମୂଲ୍ୟବାନ କାଠ ସହ ମିନିଟ୍ରକ ଜବତ, ଅଭିଯୁକ୍ତ ଫେରାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବନ ବିଭାଗ ରେଞ୍ଜ ଅଧୀନରେ ଥିବା କରମତଳା ଓ କନ୍ଧକେଲଗାଁ ବନ ବିଭାଗ ସେକ୍ସନ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୂଲ୍ୟବାନ ଶାଗୁଆନ କାଠ ସହ ରାଜ୍ୟ ବାହାରକୁ ଚାଲାଣ ହେଉଥିବା କୁରୁଡୁ କାଠ ଓ ମିନି ଟ୍ରକକୁ ବନ ବିଭାଗ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅଭିଯୁକ୍ତମାନେ ଫେରାର ମାରିଥିବା ବନ ବିଭାଗ ସୂଚନା ଦେଇଛି । ପ୍ରକାଶ ଯେ, କରମତଲା ସେକସନ ଭୀମଖୋଲ ଜଙ୍ଗଲରୁ ଏକ ମିନି ଟ୍ରକ ଯୋଗେ ରାଜ୍ୟ ବାହାରକୁ କୁରୁଡୁ କାଠ ଚାଲାଣ ହେଉଥିବା ବେଳେ ରାତ୍ରିରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଝିଙ୍କିଡୁଙ୍ଗୁରି ପଟୁ ଏକ କାଠ ବୋଝେଇ ମିନି ଟ୍ରକ ଆସୁଥିବା ବେଳେ ବିଟଠାରେ ଧରିଥିବାରେ ସଫଳ ହୋଇଥିଲେ । ଏଥିରେ ବ୍ୟବହୁତ ହୋଇଥିବା ମିନି ଟ୍ରକ ନଂ ଓଜି ୦୪ ଜେସି ୪୭୮୭ ଓ କାଠକୁ ବନ ବିଭାଗ ଜବତ କରି ତଦନ୍ତ ଚଲାଇଛି । ସେହିପରି କନ୍ଧକେଲଗାଁ ସେକ୍‌ସନ୍‌ ଗୋଏଲପିଟା ଗାଁର କାମନାଥ ଶିକାଙ୍କ ଘରକୁ ଚଡାଉ କରି ମୂଲ୍ୟବାନ ଶାଗୁଆନ ଓ ଶାଳ କାଠକୁ ଜବତ କରିଛି । ଏଥିରେ ୨ ଗୋଟି ଶାଗୁଆନ ପଲଙ୍ଗ, ଗୋଟିଏ ଅଳନା, ଛୋଟ ବଡ଼ ୩୧ ଗୋଟି ସୋଫା ଓ ପଳଙ୍କ ମଚୁଆ, ୧୬ ଗୋଟି ପଟା ଇତ୍ୟାଦି ବହୁ କାଠ ସାମଗ୍ରୀକୁ ବନ ବିଭାଗ ଜବତ କରିଛି । ଏହାର ହାରାହାରି ମୂଲ୍ୟ ୧ଲକ୍ଷ ୫୦ ହଜାର ହେବ ବୋଲି ବନ ବିଭାଗ ଅନୁମାନ କରୁଛି । ଏହି ଚଢ଼ାଉ ସମୟରେ କନ୍ଧକେଲଗାଁ ଫରେଷ୍ଟର ସୁଶୀଲ ପୁଟା, କରମତଲା ଫରେଷ୍ଟର କାମେଶ ତାଣ୍ଡି, ଫରେଷ୍ଟ ଗାର୍ଡ ମୁରଲୀ ବେହେରା, ସୁଭ୍ରାଜ୍ୟୋସ୍ନା ସାହୁ, ନମିତା ତାଣ୍ଡି, ପାରାଫରେଷ୍ଟ କୁଶ ପ୍ରଧାନ, ବେଣୁଧର ପ୍ରଧାନ, ପିଣ୍ଟୁ କ୍ଷେତି, ସୁରେଶ ବଗର୍ତି ଓ ଶୁକୃ ବଗର୍ତି ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.